ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ କାର୍ଯ୍ୟାଳୟଠାରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ କିଶୋର ବାରିକ, ମିଡ଼ିଆ ସେଲ ସଭାପତି ପ୍ରଦୀପ ମିଶ୍ର, କୃଷକ ଶାଖା ସଭାପତି ବିଜୟ ବେହେରା, ନୟାଗଡ ଜିଲ୍ଲା ସଭାପତି ହୁଲାସ ବାରିକ ଏବଂ ଯାଜପୁର ଜିଲ୍ଲା ସଭାପତି ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବାପୁଙ୍କ ସ୍ମୃତି ଚାରଣ କରିଥିଲେ। ରାଷ୍ଟ୍ର ପାଇଁ ମହାତ୍ମାଗାନ୍ଧୀଙ୍କ ଅବଦାନ ଭାରତୀୟ ମାନଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଛି।