ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଉନ୍‌ଏସ୍‌ଏସ୍ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍ ୟୁନିଟର ପୂଜା ସ୍ୱତନ୍ତ୍ର ଶିବିର-୨୦୨୫ ଉଦ୍‌ଯାପିତ ହୋଇଯାଇଛି। ଦୀର୍ଘ ସାତ ଦିନର ଏହି ଶିବିର ୨୬ ସେପ୍ଟେମ୍ବର ଆରମ୍ଭ ହୋଇ ଅକ୍ଟୋବର ୨ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ତିଥିରେ ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ପରମେଶ୍ୱର ମୁଣ୍ଡ ସମସ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଏହାର ପରିଚାଳନା କରିଥିଲେ। ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍ ବ୍ୟୁରୋ ଦ୍ୱାରା ଆନୂମୋଦିତ ଏହି ସ୍ୱତନ୍ତ୍ର ଶିବିରରେ ସର୍ବମୋଟ ୫୦ ଜଣ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ। ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍ ବ୍ୟୁରୋ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ଏହି ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ଯୁବ ପ୍ରେରଣା ନିଆମକ ବିରଞ୍ଚି ନାରାୟଣ ପଣ୍ଡା ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ୍ୟ ଛବିଲାଲ ସାହୁ, ଅଧ୍ୟାପକ ମୋହନ ପଟେଲ, ବରିଷ୍ଠ ପ୍ରାଧ୍ୟାପକ ନର୍ଲା ଡିଗ୍ରୀ ମହାବିଦ୍ୟାଳୟ ଡ. ଶୁଶାନ୍ତ କୁମାର ସାହୁ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡ. ପ୍ରିୟବ୍ରତ ବାଣୁଆ, ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟରୁ ୟୁଥ୍ ଅଫିସର ଅଜିତ ଖୁସ୍‌ୱା, ନିଖିଲ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ସିକ୍ଷଣୀୟ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତ୍ୟେହ ଯୋଗାଭ୍ୟାସ ଓ ଶାରୀରିକ ଶିକ୍ଷା, ଅଟାଙ୍ଗଗୁଡାରେ “ସେବା ସେ ଶିଖେ” କାର୍ଯ୍ୟକ୍ରମରେ ସେବା ପ୍ରଦାନ, ଶିକ୍ଷଣୀୟ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟସୂଚୀରେ ଅନ୍ତର୍ଭୂକ୍ତ ରଂଗୋଲି, ରାଲି, ଡିଜିଟାଲ ପ୍ରୋଗ୍ରାମିଂ, ସ୍ୱଚ୍ଛତା, ଗୀତ ଓ ନୃତ୍ୟର ଦକ୍ଷତା ପରିଚାଳନା ମଧ୍ୟ ହୋଇଥିଲା। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଶୁଶାନ୍ତ କୁମାର ଦାଶ, ନାଜନୀନ୍ ସୁଲତାନା, ଦୀନବନ୍ଧୁ ନାଗ ଏହାର ସଫଳତା ପାଇଁ କାର୍ଯ୍ୟ କରିଥିଲେ। ଏହାର ସଫଲତା ପାଇଁ କାର୍ଯ୍ୟକ୍ରମ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.