ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ନର୍ଲାରୋଡ, ବାଲିପଡା, ରୁପ୍ରାରୋଡ, ରୁପ୍ରା ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ହୋଇଥିଲା ଦୁର୍ଗାପୂଜା । ଆଜି ପବିତ୍ର ବିଜୟା ଦଶମୀ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଦୁର୍ଗାପୂଜା ଗୁଡିକର ପୂର୍ଣ୍ଣାହୂତି ପଡିଛି । ଆଜି ସଂଧ୍ୟା ୫ ଘଣ୍ଟା ସମୟରେ ରୁପ୍ରାରୋଡ ଦୁର୍ଗା ପୂଜାର ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ରୁପ୍ରାକୁ ଛାଡିଦେଲେ ବାକି ସମସ୍ତ ସ୍ଥାନରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ସମସ୍ତ ପୂଜା ଗୁଡିକର ପୂର୍ଣ୍ଣାହୂତି ପଡିଛି । ନର୍ଲାରୋଡରେ ଗତ ଦୁଇ ବର୍ଷ ହେଲା ଦୁର୍ଗା ମନ୍ଦିର ପ୍ରତିଷ୍ଠା ହୋଇ ପୂଜା ଚାଲିବା ପରେ ମୂର୍ତ୍ତି ପୂଜା ବନ୍ଦ ହୋଇଛି । ଦୁର୍ଗା ମନ୍ଦିରରେ ପୂଜା ଓ ଆଳତି ଚାଲୁଥିବା ବେଳେ ପାଶ୍ୱର୍ରେ ରହିଥିବା ଯଜ୍ଞ ମଣ୍ଡପରେ ମା ଦୁର୍ଗାଙ୍କ ଫଟୋ ସ୍ଥାପନା କରି କଳସ ବସାଇ ହୋମ ଯଜ୍ଞ ହୋଇଥାଏ । ଏଣୁ ନର୍ଲାରୋଡରେ ଗତ ଦୁଇବର୍ଷ ହେଲା ମୁର୍ତ୍ତି ପୂଜା କରାଯାଉନି କିମ୍ବା ବିସର୍ଜନ ପର୍ବ ନାହିଁ । ଆଜି ଗୁରୁବାର ହୋଇଥିବାରୁ ନର୍ଲା, ବାଲିପଡା ଓ ରୁପ୍ରା ପୂଜାର ମୁର୍ତ୍ତି ବିସର୍ଜନ ଆସନ୍ତା କାଲି ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆଜି ମଧ୍ୟ ସକାଳୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି । ଏହା ରୁପ୍ରାରୋଡ ମୂର୍ତ୍ତି ବିସର୍ଜରେ ମାହୋଲକୁ ଫିକା କରିପାରେ ବୋଲି ଆଶଙ୍କା କରାଯାଉଛି । ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ଆରମ୍ଭରୁ ଲଘୁଚାପ ଜନିତ ବର୍ଷା ପାର୍ବଣର ଆସରକୁ ପାଣିଚିଆ କରିଦେଲା । ଲୋକେ ପୂଜା ମାହୋଲକୁ ଆଉ ଭଲ ଭାବରେ ଉପଭୋଗ କରିପାରିଲେ ନାହିଁ । ବିଜୟା ଦଶମୀରେ ନର୍ଲାରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥାଏ । ନର୍ଲାରୋଡ ଓ ରୁପ୍ରାରୋଡରେ ରାବଣ ପୋଡି ଅନୁଷ୍ଠିତ ହୋଇଥାଏ । ହେଲେ ଚଳିତ ବର୍ଷ ବର୍ଷା ଯୋଗୁଁ ଏହି ଦୁଇ ପୂଜା କମିଟି ତରଫରୁ ରାବଣ ପୋଡି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିବା ଜଣାପଡିଛି । ନର୍ଲାରୋଡ ପୂଜା କମିଟିର ସଭାପତି ହମେଶ କୁମାର ଜୈନ, ଉପସଭାପତି ସୌମ୍ୟରଞ୍ଜନ ପରିଡା, ସାଧାରଣ ସମ୍ପାଦକ ବିମଲ କୁମାର କେଡିଆ, ଉପଦେଷ୍ଟା ଜହରଲାଲ ବିଶ୍ୱାଳ, ବରିଷ୍ଠ ସଦସ୍ୟ ବାବୁଲା ରାଉତ, ରାଜା ପରିଡା, ବିନାୟକ ମହନ୍ତ, ରାଜିନ ସାହୁ, ଅମର ରାଉତ ଙ୍କ ସମେତ ସମସ୍ତ ସଦସ୍ୟ। ସେହିଭଳି ବାଲିପଡା ଦୁର୍ଗା ପୂଜା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ଉପାଧ୍ୟକ୍ଷ ତପନ ପଧାନ, ଉପଦେଷ୍ଟା ମୁଖ୍ୟ ପରେଶ ପଧାନ,ପୂଜା ସଭାପତି ଲୋଚନ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ,ପୂଜା ସମ୍ପାଦକ ଅଶୋକ କୁମାର ବାରିକ,ସହ ସମ୍ପାଦକ ଜିତୁ ପଧାନ,ମହେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଜୟସେନ ନାୟକ, ଅର୍ଥ ସମ୍ପାଦକ ବବଲୁ ଭୋଇ, ପ୍ରବୀଣ ରଣା, ଅଶୋକ ନାୟକ, ମନୋରଞ୍ଜନ ସମ୍ପାଦକ ରତି ସାହୁ, ବାଲାଜୀ ବେହେରା, ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ ପ୍ରମୁଖ। ସେହିଭଳି ନର୍ଲା ଦୁର୍ଗାପୂଜା କମିଟିର ସଭାପତି ରାଜେନ୍ଦ୍ର ନାରାୟଣ ପୁଝାରୀ (ଟିମ୍ପୁ), ଉପସଭାପତି ଚକ୍ର ଗୌଡ, ସାଧାରଣ ସମ୍ପାଦକ ଦୀପୁ ପାତ୍ର, ଯୁଗ୍ମ ସମ୍ପାଦକ ଘାସିରାମ ସାହୁ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ(ବଣ୍ଟୁ), ସହ କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ନାଗ(ପିଣ୍ଟୁ) ପ୍ରମୁଖ। ସେହିଭଳି ରୁପ୍ରାରୋଡ ପୂଜା କମିଟିର ସଭାପତି ଓମ ପ୍ରକାଶ ଅଗ୍ରୱାଲ ବରିଷ୍ଠ ସଦସ୍ୟ ବଣ୍ଟି ଖେତାନ, ଆଲୋକ ଅଗ୍ରୱାଲା ମନୋଜ ଅଗ୍ରୱାଲା, ରତନ ଅଗ୍ରୱାଲା, ଦିନେଶ ଅଗ୍ରୱାଲା, ଭାରତୀ ମହାନ୍ତି, ନୀରଜ ଶର୍ମା, ଦୀପକ ଅଗ୍ରୱାଲା, ଅନୀଲ ଅଗ୍ରୱାଲା,ଧିରେନ୍ଦ୍ର ଖେତାନ
ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୁଜା ସମ୍ପନ୍ନରେ ଅଞ୍ଚଳବାସୀଙ୍କ ଆକୁଣ୍ଠ ସହଯୋଗ ଯୋଗୁଁ ଅଞ୍ଚଳ ବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।