ଗାନ୍ଧୀ ଜୟନ୍ତୀ ଅବସରରେ ଉଦଘାଟିତ ହେଲା ସ୍ଵଚ୍ଛତା ଲକ୍ଷ୍ୟଧାର୍ଯ୍ୟ ୟୂନିଟ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ତଥା ‘ସ୍ୱଚ୍ଛତା ହିଁ ସେବା’ କ୍ୟାମ୍ପେନର ଶେଷଦିନରେ ସ୍ଵଚ୍ଛଉତ୍ସବ ଆନୁକୁଲ୍ୟରେ ଏକ CTU (Cleanliness Target Unit) ଶୋଭାରାମପୁର ଉଡନ୍ତା ପୋଲ ନିକଟରେ ଉଦଘାଟିତ ହୋଇ ଯାଇଛି ଯେଉଁଥିରେ ଏକ ଆବର୍ଜନା ସ୍ଥଳୀଟିକୁ ରୂପାନ୍ତରିତ କରା ଯାଇ ସେହି ଆବର୍ଜନା ସ୍ଥଳୀକୁ ଏକ ସୁନ୍ଦର ମିନି ପାର୍କ ଭାବେ ବାଲେଶ୍ବରବାସୀଙ୍କ ନିମନ୍ତେ ଉତ୍ସର୍ଗୀକୃତ କରା ଯାଇଛି। ଏହା ସହ ଗାନ୍ଧୀ ସ୍ମୃତି ଭବନରେ ବାଲେଶ୍ୱର ପୌରପାଳିକାକୁ ସ୍ୱଚ୍ଛତା ଦିଗରେ ଆଗେଇ ନେବା ସହ ଏକ ନୂତନ ବାଲେଶ୍ୱର ଗଠନ ନିମନ୍ତେ ସ୍ଵଚ୍ଛ ବାଲେଶ୍ୱର, ସବୁଜ ବାଲେଶ୍ୱର ଓ ସ୍ବପ୍ନର ବାଲେଶ୍ୱରର ନୂତନ ଲୋଗୋ ଉନ୍ମୋଚିତ କରା ଯାଇଥିଲା। ଏହି ଲୋଗୋଟିକୁ ଉନ୍ମୋଚିତ କରିଥିଲେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ତାଙ୍କ ସହ ଥିଲେ ବାଲେଶ୍ଵର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପ ଜିଲ୍ଲାପାଳ ଶ୍ରୀ ଶିବ ମାଲଭିୟା, ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ନିର୍ଲିପ୍ତା ମହାନ୍ତି, ପାରିଷଦ ବୃନ୍ଦ, ବାଲେଶ୍ୱର ପୌରପାଳିକା ତଥା ପୌର କର୍ମଚାରୀ ଓ ମିଶନ ଶକ୍ତି ଗୋଷ୍ଠୀର ମହିଳାମାନେ। ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛନ୍ତି ଓ ଏକ ସୁନ୍ଦର ବାଲେଶ୍ୱରର ଗଠନ କରିବାରେ ଆଗକୁ ଆସିବା ପାଇଁ ପଣ ନେଇଛନ୍ତି । ଏହା ସହ ପରିଶେଷରେ ବଡ଼ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମସ୍ତ ଅତିଥିମାନେ ଉପସ୍ଥିତ ସଫେଇ କାର୍ଯ୍ୟରେ ନିୟୋଜିତ ମା ମାନଙ୍କୁ ତଥା ମିଶନ ଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ରନ୍ଧା ଖାଦ୍ୟ ପରଷି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.