ପାନୀୟଜଳ ଯୋଗାଣ ଠପ, ହନ୍ତସନ୍ତ ଚାନ୍ଦୋତରାବାସୀ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ ବସୁଧା ଯୋଜନାର ସୁବିଧା କରିଛନ୍ତି l ହେଲେ କିଛି ଜାଗାରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ନିୟମିତ ଭାବେ ପାନୀୟଜଳ ପାଇ ପାରୁନାହାନ୍ତି l ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚାନ୍ଦୋତରା ଗ୍ରାମରେ l ଦୀର୍ଘଦିନ ହେବ ଉକ୍ତ ଗ୍ରାମରେ ପାନୀୟଜଳ ଯୋଗାଣ ବନ୍ଦ ହୋଇ ରହିଛି l ଗ୍ରାମବାସୀ ନଦୀର ବହିଯାଉଥିବା ଗୋଳିଆ ପାଣି ବ୍ୟବହାର କରୁଛନ୍ତି l ଏହା ଫଳରେ ଲୋକେ ଅନେକ ସମସ୍ୟାର ସାମ୍ନା କରୁଥିବା ଜଣାପଡିଛି l ଅଧିକାରୀମାନେ ଲୋକଙ୍କ ଅଭିଯୋଗକୁ ଅଣଦେଖା କରୁଛନ୍ତି l ଏହା ଫଳରେ ଉକ୍ତ ଗ୍ରାମରେ ଅସନ୍ତୋଷ ବଢିବାକୁ ଲାଗିଛି l ତେଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏହି  ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.