ନର୍ଲା ତହସିଲ ଅଫିସରେ ମାଙ୍କଡ ବିତ୍ପାତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ତହସିଲ ଅଫିସରେ ମାଙ୍କଡ ବିତ୍ପାତ ଜାରି ରହିଛି। ୨୦ ରୁ ୨୫ ଟିକିଆ ମାଙ୍କଡ ପଲ ତହସିଲ ଅଫିସର ପାଚେରୀ କାନ୍ଥ, ତହସିଲ ଅଫିସ ଛାତ, ପରିସରରେ ରହିଥିବା ଗଛ ଗୁଡିକରେ ରହି ଖୁବ ଜୋର୍ ଡିଆଁ ଡେଇଁ କରିବା ସହିତ ଷ୍ଟାଫ ମାନଙ୍କୁ ଓ ଜନ ସାଧାରଣଙ୍କୁ କାମୁଡିବା ପାଇଁ ଗୋଡ଼ାଇ ଆସୁଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟା ସମୟରୁ ତହସିଲ ଅଫିସ ଓ ତହସିଲଦାରଙ୍କ କ୍ୱାଟର୍ସ ଚାରିଆଡ଼େ ଏମାନେ ଘେରି ରହିବା ସହିତ ତହସିଲଦାରଙ୍କ ଡ୍ରାଇଭର ପ୍ରକାଶଙ୍କୁ ଆକ୍ରମଣ କରିଥିଲେ। ସୂଚନା ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ମାଙ୍କଡ ଘଉଡ଼ାଉ ଥିଲେ ମଧ୍ଯ ସେମାନେ ଯିବାର ନାଁ ଧରୁ ନଥିବା ଜଣାପଡ଼ିଛି। ନର୍ଲାରେ ମାଙ୍କଡ ଆକ୍ରମଣ ନୂଆ ନୁହଁ। ଦୁଇ ବର୍ଷ ତଳେ ଚିପୁଲ ରେ ମଧ୍ଯ ଯିବ ଆସିବା ଲୋକଙ୍କୁ ମାଙ୍କଡ ଆକ୍ରମଣ କରିଥିବା ନଜୀର ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.