ଲଗାଣ ବର୍ଷାରେ ଭୁଷୁଡ଼ିଲା ଘର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଲଗାଣ ବର୍ଷା ଯୋଗୁଁ ପିପିଲିଗୁଡ଼ା ଗ୍ରାମ ପଞ୍ଚାୟତର ଟିକରପଡ଼ା ଗାଁର ଅବସ୍ଥା ବେହାଲ ହୋଇପଡ଼ିଛି। ବର୍ଷାରେ ଏହି ଗାଁର କାୟାଲା ମାଣ୍ଡାଙ୍ଗିଙ୍କ ଘର ସଂପୂର୍ଣ ରୂପେ ଭୁଷୁଡ଼ି ପଡିଛି। ଏହି ଘର ତାଙ୍କର ରହିବା ପାଇଁ ସାହା ଥିଲା, ଯାହା ଭାଙ୍ଗିଯିବା ଯୋଗୁଁ ସେ ନିଜ ତିନି ଛୁଆଙ୍କୁ ଧରି କୁଆଡେ ଯିବେ କିଛି ଚିନ୍ତା କରି ପାରୁନାହାନ୍ତି। ପ୍ରଶାସନ ତରଫରୁ ଯଦି କିଛି ସହାୟତା ମିଳି ପାରିଲେ ସେ ନିଜ ସମସ୍ତ ପରିବାର ସହ ସେହି ଜାଗାରେ ରହିଥାନ୍ତେ। ଏହି ଲଗାଣ ବର୍ଷାରେ ବହୁ ମାତ୍ରାରେ କ୍ଷୟକ୍ଷତି ହୋଇଛି। ଏହି ଗ୍ରାମରେ ୫୦ ରୁ ଉର୍ଦ୍ଧ ପରିବାର ବସ ବାସ କରନ୍ତି। ଏହି କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ କରିବାକୁ ଏହି ଗ୍ରାମର ସରପଞ୍ଚ ରେଣୁକା ମାଣ୍ଡାଙ୍ଗି ଓ ଏହି ସମାଜସେବୀ ସତ୍ୟବାନ ମାଣ୍ଡାଙ୍ଗି ପ୍ରଥମେ ଆସି ସହଯୋଗର ହାତ ବଢ଼ାଇଛନ୍ତି।  ଏପଟେ ଲଗାଣ ବର୍ଷା ଯୋଗୁଁ ମଝିଗୌରୀ ଦେଇ ଯାଇଥିବା ରେଳ ରାସ୍ତାରେ ମାଟି ଅତଡା ଖସି ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.