ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡ଼ା ନବରାତ୍ରୀ ଦୁର୍ଗାପୂଜାର ଭଷାଣୀ ଉତ୍ସବ ମହା ଆଡମ୍ବର ସହକାରେ ସମ୍ପନ୍ନ ହୋଇଛି। ଶୁକ୍ରବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏକ ଭବ୍ୟ ପଟୁଆରରେ ଡିଜେ ବଜାର ରଙ୍ଗିନ ମାହୋଲରେ ବାଲିପଡା, ଭାନପୁର ଓ ତୁଳାପଡା ନଗର ପରିକ୍ରମା କରି ତୁଳାପଡା ବଣାମୁଡାରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ମା ଜଗତଜନନୀ ବିଦାୟ ନେଲେ। ଗତ ୨୨ ମହାଳୟା ଅମାବାସ୍ୟା ଅପରାହ୍ନ ୩ ଘଣ୍ଟା ସମୟରେ କଳସ ଯାତ୍ରାରୁ ଆରମ୍ଭ ହୋଇଥିଲା ନବରାତ୍ରୀ ଦୁର୍ଗାପୂଜା। ନବରାତ୍ରୀ ପୂଜା ଚାଲିଥିବା ସମୟରେ ଆରମ୍ଭ ର ୨୪ ତାରିଖରୁ ୨୬ ଯାଏଁ ଝିପି ଝିପି ବର୍ଷା ଲାଗି ରହିଥିଲା। ହେଲେ ୨୭ ରୁ ପାଗ ଟିକେ ଫାଙ୍କା କରିବାରୁ ପୂଜା ସାଙ୍ଗକୁ ସମସ୍ତ ପ୍ରକାରର ମନୋରଞ୍ଜନର କାର୍ଯ୍ୟକ୍ରମ ନିର୍ବିଘ୍ନ ଓ ଆନନ୍ଦ ଉହ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ହେଲେ ନବମୀ ରାତିରୁ ବିଜୟା ଦଶମୀ ଯାଏଁ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ପୁଜା ମାହୋଲ ଫିକା ପଡିବା ସାଙ୍ଗକୁ ମନୋରଞ୍ଜନର କାର୍ଯ୍ୟକ୍ରମ ଗୁଡିକ ହୋଇପାରି ନଥିଲା। ଗୁରୁବାର ବିଜୟା ଦଶମୀ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପୂଜାର ପୂର୍ଣ୍ଣାହୂତି ସାଙ୍ଗକୁ ଘଟ ବିସର୍ଜନ ହୋଇସାରିଥିଲା। ଶୁକ୍ରବାର ସକାଳୁ ବର୍ଷା ହେଉଥିଲା। ହେଲେ ପୂର୍ବାହ୍ନରେ ପାଗ ଠିକ ହେବାରୁ ୧୧ ଘଣ୍ଟା ସମୟରେ ମୂର୍ତ୍ତି ବିସର୍ଜନ ଅନୁଷ୍ଠିତ ହୋଇଯାଇଛି। ବାଲିପଡା ଦୁର୍ଗା ପୂଜା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ଉପାଧ୍ୟକ୍ଷ ତପନ ପଧାନ, ଉପଦେଷ୍ଟା ମୁଖ୍ୟ ପରେଶ ପଧାନ, ପୂଜା ସଭାପତି ଲୋଚନ ସାହୁ,ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୂଜା ସମ୍ପାଦକ ଅଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଜୟସେନ୍ ନାୟକ, ଅର୍ଥ ସମ୍ପାଦକ ବବଲୁ ଭୋଇ, ପ୍ରବୀଣ ରଣା, ଅଶୋକ ନାୟକ, ମନୋରଞ୍ଜନ ସମ୍ପାଦକ ରତି ସାହୁ ,ବାଲାଜୀ ବେହେରା, ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ ପ୍ରମୁଖଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୁଜା ସମ୍ପନ୍ନରେ ଅଞ୍ଚଳବାସୀଙ୍କ ଆକୁଣ୍ଠ ସହଯୋଗ ଯୋଗୁଁ ଅଞ୍ଚଳ ବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।