ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଶାଖାର ସଭାପତି କୌଶିକ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ସଦସ୍ୟ, ସଦସ୍ୟା ଗଣ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା l ଏଥିରେ ସଭାପତି ଭାବେ କୌଶିକ ସାହୁ, ଉପସଭାପତି ଭାବେ ଡ଼.ମଧୁସୂଦନ ମହାପାତ୍ର, ସମ୍ପାଦକ ଭାବେ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା, ସହ ସମ୍ପାଦକ ଭାବେ ରବିନ୍ଦ୍ର କୁମାର ପଣ୍ଡା, କୋଷାଧକ୍ଷ ଭାବେ ଜୟହର ମହାନ୍ତି,ଏବଂ ପାରିଷଦ ସଦସ୍ୟ, ସଦସ୍ୟା ଭାବେ ବିଭୁତି ଭୂଷଣ ଆଚାର୍ଯ୍ୟ, ଶ୍ରୀମତୀ ଦିପ୍ତିମୟୀ ରଥ, ରବୀନ୍ଦ୍ର ନାଥ ରଥ, ରାଜ କିଶୋର ସାହୁ, ମନ୍ମଥ କୁମାର ରାଉଳ, ବିଜୟ କୁମାର ପଟ୍ଟନାୟକ, କାହ୍ନୁ ଚରଣ ଶତପଥି, ଶରତ ଚନ୍ଦ୍ର ମହାନ୍ତି, ସୋମନାଥ ସାହୁ, ରବୀନ୍ଦ୍ର କୁମାର ମିଶ୍ର ଏବଂ ବିଭୁତି ଭୂଷଣ ଆଚାର୍ଯ୍ୟ, କେନ୍ଦ୍ରୀୟ କମିଟିର ସଭ୍ୟ ରହିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.