ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯାତ୍ରୀବାହି ବସକୁ ମାଲବାହୀ ଟ୍ରକ୍ ଧକ୍କା ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ମଙ୍ଗଳା ମନ୍ଦିର ଘାଟିରେ। ଘାଟି ରାସ୍ତାରେ ଗାଡ଼ି ଜାମ୍ ଯୋଗୁ (ଏପି-୩୯-ଈଉ-୬୪୯୮) ମାଲବାହୀ ଟ୍ରକଟି ପଛକୁ ଫେରି ଆସି ବସକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା। ବସରେ ପାଖାପାଖି ୩୫ଜଣ ଯାତ୍ରୀ ରହିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ବିଶ୍ଵନାଥପୁର ପୁଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କରିଥିଲେ। ତେବେ ବସଟି ଭବାନୀପାଟଣାରୁ ବିଷମକଟକ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ସମସ୍ତ ଗୁରୁତରଙ୍କୁ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।