‘ଜାତି ଓ ଧାର୍ମିକ ନିର୍ଯ୍ୟାତନାକୁ ବରଦାସ୍ତ କରାଯିବ ନାହିଁ’

ମୂଳନୀବାସୀ ମହାସଂଘ ଓ ଏସସି ଫେଡେରେସନ ତରଫରୁ ପ୍ରତିବାଦ ସଭା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଗତ ୬ ତାରିଖ ଦିନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ କୋର୍ଟ ଚାଲିଥିବା ସମୟରେ ଜୋତା ଫିଙ୍ଗିବା ଘଟଣା, ହରିୟାଣାର ଆଇପିଏସ ଅଧିକାରୀ (ଏଡିଜିପି) ୱାଇ. ପୁରନ କୁମାରଙ୍କ ଉପରେ ଜାତିଗତ ନିର୍ଯାତନା ଓ ଶୋଷଣ ସହି ନ ପାରି ନିଜ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଥିବା ଘଟଣା ତଥା ସାରା ଦେଶ ରେ ଏସସି, ଏସଟି, ଓବିସି ଓ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଜାତିଗତ ଓ ଧାର୍ମିକ ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ଆଜି କଳାହାଣ୍ଡି ମୂଳନୀବାସୀ ବହୁଜନ ମିଳିତ ମହାସଂଘ ଓଏଓଏସସିଏଫ ତରଫରୁ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଗଣଧାରଣା ଦିଆଯାଇଥିଲା। ସାମ୍ବିଧାନିକ ଆଇନ ଆଧାରରେ ଦେଶକୁ ପରିଚାଳନା ନକରି ଏକ ନିର୍ଦ୍ଧିଷ୍ଟ ଧର୍ମ ଓ ଜାତିର ଇଙ୍ଗିତରେ ଦେଶ ପରିଚାଳିତ ହେବା ଦେଶ ପାଇଁ ଆତ୍ମାଘାତି ହେବ।  ଜାତିଗତ ମାନସିକତା ହେତୁ ବିଚାର ବିଭାଗର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନିତ କରାଯାଉଛି। ଦେଶରେ ବିଭିନ୍ନ ସମୟରେ ବହୁଜନ ସମାଜର ଜନସାଧାରଣଙ୍କୁ ଜିଜନାବାଦ୍ଧ ଭାବେ ଜାତିଗତ ନିର୍ଯାତନା ଦିଆଯାଉଛି। ସ୍ୱାଧୀନତାର ୭୮ ବର୍ଷ ପରେ ବି ଧାର୍ମିକ ମୌଳବାଦୀ ମାନେ ସମ୍ବିଧାନର ମୂଳ ତତ୍ୱ- ସମତା ବନ୍ଧୁତା ଓ ସ୍ୱତନ୍ତ୍ରତା କୁ ଗ୍ରହଣ କରିପାରୁ ନାହାନ୍ତି. Rss ଭଳି ସଂଗଠନ ଦେଶକୁ ଏକ ରୂଢିବାଦୀ ବ୍ୟବସ୍ଥା ଭିତରକୁ ଠେଲିଦେବାର ଚେଷ୍ଟା କରୁଛନ୍ତି। ବହୁଜନ ସମାଜ ଏ ଷଡଯନ୍ତ୍ର କୁ କଦାପି ବରଦାସ୍ତ କରିବ ନାହିଁ। କଷ୍ଟ ଲବ୍ଧ ସ୍ୱାଧୀନତା ଓ ସମ୍ବିଧାନ ର ସୁରକ୍ଷା ପାଇଁ ବହୁଜନ ସମାଜ ପ୍ରଣାବଳୀ ଦେବାକୁ ପ୍ରସ୍ତୁତ। ତେଣୁ ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ସମସ୍ତେ ସମ୍ବିଧାନ ର ଶାସନ କୁ ସ୍ୱୀକାର କରିବା ଉଚିତ। ଆଗାମୀ ଦିନରେ ରୂଢିବାଦୀ ମାନସିକତାରେ ପରିବର୍ତ୍ତନ ନ ଆସିଲେ କିମ୍ବା ଜାତି ଆଧାରିତ ନିର୍ଯାତନା ବନ୍ଦ ନ ହେଲେ ବହୁଜନ ସମାଜ ମଧ୍ୟ ଆଈନ କୁ ହାତକୁ ନେବ ବୋଲି ଉକ୍ତ ପ୍ରତିବାଦ ସଭା ଓ ଗଣଧାରଣାରେ ବକ୍ତା ମାନେ ମତାବ୍ୟକ୍ତ କରିଥିଲେ. ପରେ ସେମାନେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲପାଳଙ୍କୁଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବୀ ପାତ୍ରରେ ଅଭିଯୁକ୍ତ ଓକିଲ ରାକେଶ କୁମାର ଙ୍କ ବିରୁଦ୍ଧରେ ଦେଶଦ୍ରୋହୀ ଅପରାଧରେ କେସ ରୁଜ୍ଜୁକରି ଫାସୀ ଦିଆଯାଉ. ଜାତିଗତ ଓ ଧାର୍ମିକ ବିଦ୍ବେଷ ସୃଷ୍ଟି କରୁଥିବା ତତ୍ୱ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି. ଉକ୍ତ କାର୍ଯ୍ୟକ୍ରମରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାକୁଡ଼, ଏଓଏସସିଅଫ ର ଜିଲ୍ଲା ସଭାପତି ଦିଗାମ୍ବର ଲୁହା, ମହାସଚିବ ଯତୀନ୍ଦ୍ର କର, ମୂଳନୀବାସୀ ମିଳିତ ମହାସଙ୍ଘର କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ,ମୂଳନୀବାସୀ ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, କୀର୍ତନ ନାଏକ ଯାଦବ, ଆଇନ ପରାମର୍ଶ ଦାତା ଛବିଲାଲ ନିଆଲ,ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ଜଗଦୀଶ ଯାଦବ, ଯୁବ ସଭାପତି ଡାକେଶ୍ୱର ଲହଜଳ, ଜିଲ୍ଲା ସମ୍ପାଦକ ଢଗ ନାଏକ, ସୋମ୍ୟରଞ୍ଜନ ନାଏକ, ଉପଦେଷ୍ଟା ଆଦିତ୍ୟ ହଂସ ଯାଦବ, ବରୁଣ ନାଏକ, ଲୋକନାଥ ନାଗ, କୀର୍ତ୍ତନ ନାଏକ ଯାଦବ, ଚିତ୍ତରଞ୍ଜନ ନିଆଲ, ଜୟପ୍ରକାଶ ଜାଲ, ଯୁଧେଷ୍ଟି ଭଗତ, ଧିରେନ ସୁନାନୀ, ନାରୀ ନେତ୍ରୀ ପ୍ରତିମା ମହାନନ୍ଦ, ଦୀନେଶ କୁମାର ମଲ୍ଲିକ, ଧବଳେଶ୍ୱର ନାଗ, ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥାଇ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଏଓଏସସିଅଫ ମହାସଚିବ ତଥା ଶ୍ରୀ କର ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.