ଝାରସୁଗୁଡ଼ା ଗଲେ କଳାହାଣ୍ଡିର ୮ ପ୍ରତିଯୋଗୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝାରସୁଗୁଡ଼ା ଡିଏଭି ପବ୍ଲିକ୍ ସ୍କୁଲଠାରେ ୧୯ ତାରିଖରେ ହେବାକୁ ଥିବା ଡିଏଭି ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୮ ଜଣ ପ୍ରତିଯୋଗୀ ଆଜି ଝାରସୁଗୁଡା ଗସ୍ତ କରିଛନ୍ତି। ବାଳକ ବିଭାଗର ୧୪ରୁ କମ୍ ବର୍ଗରେ ଛାତ୍ର ସୋୟଂମ ଓଡ଼ିଆ, ପୁଷ୍ପନ୍ଦୁ ବିଶ୍ବାଳ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ହିତେଶ ମହାଖୁଡ଼ ଓ ଲୋକେସ ବିଶ୍ୱାଳ ମନୋନୀତ ହୋଇଛନ୍ତି। ସେହିପରି ୧୯ରୁ କମ୍ ବର୍ଗରେ କିରନ୍ ବେମାଲ ଓ ଗଙ୍ଗାଧର ମଲ୍ଲିକ ରହିଛନ୍ତି।ସେହିପରି ବାଳିକା ବିଭାଗର ୧୪ ରୁ କମ୍ ବର୍ଗରେ କୁସୁମପ୍ରଭା ମାଝୀ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ଅର୍ପିତା ବାଡ଼ତିଆ ରହିଛନ୍ତି। ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ମାନବିନ କୌରଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗୀମାନେ ଡିଏଭି ବେଦାନ୍ତ ବିଦ୍ୟାଳୟର ଶିକ୍ଷକ ଦୁର୍ଯ୍ୟୋଧନ ନାଗ ଓ ଶିକ୍ଷୟିତ୍ରୀ ଅବ୍ୟର୍ଧନା ଦାସଙ୍କ ସହ ଝାରସୁଗୁଡ଼ା ଗସ୍ତ କରିଛନ୍ତି।ଲାଞ୍ଜିଗଡ଼ ଉତ୍କଳ କରାଟେ ସ୍କୁଲ କୋଚ କ୍ଷମାନିଧି ମହାଖୁଡ,କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ୍ ଚିଫ ଟେକନିକାଲ ନିର୍ଦ୍ଦେଶକ ସୁରେଶ ଜାଲ ୟାଦବ, ଡିଏଭି ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ସମ୍ବଦ୍ଧନା ଦେବା ସହ ସଫଳତା ପାଇଁ କାମନା କରିଛନ୍ତି ।