ଆକାଶବାଣୀ ଓ ଦୂରଦର୍ଶନ ପକ୍ଷରୁ ଶଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ‘ସ୍ଵଚ୍ଛ ଜୀବନ ସୁସ୍ଥ ଜୀବନ’ ତଥା ‘ସ୍ଵଚ୍ଛତା ହିଁ ସେବା’କୁ ଆଧାର କରି ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର, ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରୁ ପ୍ରାୟ ତେର କିଲୋମିଟର ଦୂରରେ ଅବସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡା ପରିସରରେ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣାର ଉପ-ମହାନିର୍ଦ୍ଦେଶକ (ଯାନ୍ତ୍ରିକ) ମଦନ କୁମାର ସିଂ, ବରିଷ୍ଠ ଉଦଘୋଷକ ତଥା ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସଚ୍ଚିଦାନନ୍ଦ ମଲ୍ଲିକ ଓ ଗ୍ରନ୍ଥାଗାର ପରିଚାଳକ ଦିଲ୍ଲୀପ କୁମାର ପାତ୍ର ଯୋଗଦେଇଥିଲେ।

ଏଥିସହ ଆକାଶବାଣୀ ତଥା ଦୂରଦର୍ଶନ କେନ୍ଦ୍ର, ଭବାନୀପାଟଣାର ସମସ୍ତ କର୍ମକର୍ତ୍ତା ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡାର ଭାରପ୍ରାପ୍ତ ଅଧ୍ୟକ୍ଷ ଯୁଧିଷ୍ଠିର ମୁଦୁଲିଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। 

ଏହି କାର୍ଯ୍ୟକ୍ରମ ଅବସରରେ ସାମୂହିକ ସଫେଇ କାର୍ଯ୍ୟ ମିଳିତ ଭାବେ କରାଯାଇଥିଲା। 

ଛାତ୍ରଛାତ୍ରୀମାନେ କେବଳ ବିଦ୍ୟାଳୟ ନୁହେଁ, ନିଜ ଘର, ଗ୍ରାମ ଓ ଅଞ୍ଚଳକୁ ମଧ୍ୟ ସ୍ଵଚ୍ଛ ରଖିବା ପାଇଁ ଆହ୍ଵାନ ଦିଆଯାଇଥିଲା। 

ପରିଶେଷରେ, ସ୍ଵଚ୍ଛତାକୁ ହୃଦୟରେ ଏକ ସଂକଳ୍ପ ରୂପେ ଗ୍ରହଣ କରିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.