ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଆଜି କେସିଙ୍ଗା ଶାଖା ତରଫରୁ ଆରଏମସି ଠାରେ ଶତାଧିକ ଯୁବକ ଯୁବତୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଭୁଦେବ ମହାନଦୀଆ ପ୍ରଶିକ୍ଷଣ ଦେଇଥିବା ବେଳେ ସଂଘର ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ, ପ୍ରଦୀପ୍ତ ତାଣ୍ଡି ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ସମାଜିକ ମୁଖ୍ୟ ଗିରିଜା ବେହେରା, ବିଷ୍ନୁ ମଙ୍ଗରାଜ, ଡମ୍ବୁରୁଧର କରୁଆଁ, ବିକ୍ରମ ହରପାଲ, ସନ୍ତୋଷ ମଙ୍ଗରାଜ, ପୂର୍ଣ୍ଣ କୁମାରଙ୍କ ସହ ଅନେକ ସଦସ୍ୟ।