ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ଜୋନ୍ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୮ ଜଣ କରାଟେ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ବିଭିନ୍ନ ବର୍ଗରେ ୪ଟି ସ୍ଵର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରି ଡିଏଭି ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଲୋକେଶ ବିଶ୍ଵାଳ, ହିତେଶ ମହାଖୁଡ଼, କିରନ୍ ବେମାଲ ଓ ଗଙ୍ଗାଧର ମଲ୍ଲିକ ସ୍ବର୍ଣ୍ଣପଦକ ଏବଂ ଅପିତା ବାଡ଼ତିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷା ଡ଼.ମାନବିନ କୌରଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗୀମାନେ ନିଜ ବିଦ୍ୟାଳୟ ଶିକ୍ଷକ ଦୁର୍ଯ୍ୟୋଧନ ନାଗ ଓ ଶିକ୍ଷୟିତ୍ରୀ ଅବ୍ୟର୍ଧନା ଦାସ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଲାଞ୍ଜିଗଡ଼ ଉତ୍କଳ କରାଟେ ସ୍କୁଲ କୋଚ କ୍ଷମାନିଧି ମହାଖୁଡ଼ ଏହି ଖେଳାଳି ମାନଙ୍କୁ କରାଟେ ତାଲିମ ପ୍ରଦାନ କରିଥିଲେ। ଏହି ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ତଥା ବ୍ଳକ ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଥିବା ଯୋଗୁଁ କରାଟେ କୋଚ୍ ଶ୍ରୀ ମହାଖୁଡ, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ୍ ଚିଫ ଟେକନିକାଲ ନିର୍ଦ୍ଦେଶକ ସୁରେଶ ଜାଲ ୟାଦବ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।