ଡିଏଭି ଜୋନ ସ୍ତରୀୟ କରାଟେ ପ୍ରତିଯୋଗିତା: କଳାହାଣ୍ଡିର ପ୍ରତିଯୋଗୀ ପାଇଲେ ୪ ସ୍ବର୍ଣ୍ଣ ଓ ୧ ରୌପ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ଜୋନ୍‌ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୮ ଜଣ କରାଟେ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ବିଭିନ୍ନ ବର୍ଗରେ ୪ଟି ସ୍ଵର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରି ଡିଏଭି ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଲୋକେଶ ବିଶ୍ଵାଳ, ହିତେଶ ମହାଖୁଡ଼, କିରନ୍ ବେମାଲ ଓ ଗଙ୍ଗାଧର ମଲ୍ଲିକ ସ୍ବର୍ଣ୍ଣପଦକ ଏବଂ ଅପିତା ବାଡ଼ତିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷା ଡ଼.ମାନବିନ କୌରଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗୀମାନେ ନିଜ ବିଦ୍ୟାଳୟ ଶିକ୍ଷକ ଦୁର୍ଯ୍ୟୋଧନ ନାଗ ଓ ଶିକ୍ଷୟିତ୍ରୀ ଅବ୍ୟର୍ଧନା ଦାସ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଲାଞ୍ଜିଗଡ଼ ଉତ୍କଳ କରାଟେ ସ୍କୁଲ କୋଚ କ୍ଷମାନିଧି ମହାଖୁଡ଼ ଏହି ଖେଳାଳି ମାନଙ୍କୁ କରାଟେ ତାଲିମ ପ୍ରଦାନ କରିଥିଲେ। ଏହି ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ତଥା ବ୍ଳକ ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଥିବା ଯୋଗୁଁ କରାଟେ କୋଚ୍ ଶ୍ରୀ ମହାଖୁଡ, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ୍ ଚିଫ ଟେକନିକାଲ ନିର୍ଦ୍ଦେଶକ ସୁରେଶ ଜାଲ ୟାଦବ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.