ଶାନ୍ତିବନରେ ଗିରିଗୋବର୍ଦ୍ଧନ ପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶାନ୍ତିବନ ଗିରିଗୋବର୍ଦ୍ଧନ ପୂଜା ମିଳିତ ଭାବେ ମସ୍କାଦାଣ୍ଡି, କୁଶୁର୍ଲା, ହଜାରୀପଡା, ଟେର୍ଚ୍ଚାପଳା, ଗୋବିନ୍ଦପୁର, ଯୋରାଡବରା ସହଯୋଗରେ ଆଡମ୍ବର ସହ ପାଳିତ ହୋଇଯାଇଛି। ପ୍ରଥମ ଦିନରେ କଳସ ଯାତ୍ରା କରି ପୂଜା ଅର୍ଚ୍ଚନା କରାଯାଇଥିଲା। ପରେ ସାଂସ୍କୃତିକ ପ୍ରତିଯୋଗିତା, କବି ସମ୍ମିଳନୀ ଓ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସାହିତ୍ୟିକ ତଥା ଯୁଗଯାତ୍ରୀ ସାହିତ୍ୟ ସଂସଦ ମ.ରାମପୁରର ସଭାପତି ପଦ୍ମଲୋଚନ ମିଶ୍ର, କବି ହେମନ୍ତ ସାହୁ, ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲାର ଅଧ୍ୟାପକ ଗଗନ ବିହାରୀ ମହାପାତ୍ର, ଯୁବ କଥାକାର ପ୍ରଶାନ୍ତ କୁମାର ଦାସ, ମ.ରାମପୁର ବନରକ୍ଷୀ ଲଷ୍ମୀ ଦୋରା, ବନରକ୍ଷୀ ମଧୁସ୍ମିତା ଭୋଇ, ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ସଭାପତି ଟଙ୍କଧର ନାଏକ, ସମ୍ପାଦକ ତଥା ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ପ୍ରକୃତି ବନ୍ଧୁ  ଲଳିତ ମୋହନ ଭୋଇ, ରୋହିତ ଭୋଇ, ସିଙ୍ଗମଲ ଭୋଇ, କିରଣ ସାହୁ ଯୁବ କବି ଉଦେୟ ନାଥ ଭୋଇ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.