ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡାଠାରେ କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡାଠାରେ ସର୍ଗୀଗୁଡା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ବ୍ଲକର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ ମୁଖ୍ୟ ଅତିଥି, ଜଗଦୀଶ ମୁଣ୍ଡ ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ଥିଲେ।

ମଝିପଡା କ୍ଳଷ୍ଟର ସି.ଆର୍.ସି.ସି ପ୍ରଫୁଲ୍ଲ ଠାକୁର, ଗଣନାଥପୁର କ୍ଳଷ୍ଟର ସି.ଆର୍.ସି.ସି ବିଶ୍ୱଜିତ୍ ରାୟ ଓ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିବାବେଳେ ସର୍ଗୀଗୁଡା କ୍ଲଷ୍ଟର ସି.ଆର୍.ସି.ସି ମହମ୍ମଦ ଜାକିର୍ ସଭାପତିତ୍ଵ କରିଥିଲେ।

କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୮ଟି ବିଦ୍ୟାଳୟରୁ ଆସିଥିବା ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାର ଅଂଶଗ୍ରହଣ କରିଥିଲେ ଏବଂ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ବିଭିନ୍ନ ବିଦ୍ୟାଳୟରୁ ଅନେକ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ ଥିବା ବେଳେ ଶିକ୍ଷକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ଶିକ୍ଷୟିତ୍ରୀ ମଧୁସ୍ମିତା ପଣ୍ଡା, ମାମିନୀ ପୁଝାରୀ ପ୍ରମୁଖ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.