ଓଡ଼ିଆ ବାର୍ତ୍ତା/ ବୌଦ୍ଧ: ବୌଦ୍ଧ ଜିଲ୍ଲାର ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ପାଇଁ କଣ୍ଟାମାଳ ବ୍ଲକ ଦମାମୁଣ୍ଡା ହାଇସ୍କୁଲ ଠାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଖଖୋ, ଯୋଗ, ଦୌଡ଼କୁଦ ପ୍ରତିଯଗୀତା ଜିଲ୍ଲାର 17 ଓ 14ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ନେଇ ଆସନ୍ତା ନଭେମ୍ବର ତା: 29 ଓ 30 ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କିପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେ ସମ୍ପର୍କରେ କଣ୍ଟାମାଳ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ,ଶାରୀରିକ ଶିକ୍ଷା ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।
ଉକ୍ତ ପ୍ରସ୍ତୁତି ବୈଠକରେ ଅନ୍ୟତମ ଅତିଥିଭାବେ କଣ୍ଟାମାଳ ବିଇଓ ଅଶୋଭ ରଂଜନ ମାଳି, ଆମ୍ବଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା ଓ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ମହାକୁଡ଼ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ ପରିଚାଳନା ହୋଇପାରିବ ସେଥିପାଇଁ ବିଭିନ୍ନ କମିଟି ମାନ ଗଠନ କରାଯାଇଛି।
ଉକ୍ତ ବୈଠକ କୁ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ ବେହେରା ପରିଚାଳନା କରିଥିଲେ।
ଶେଷରେ ବିଳାସପୁର ହାଇସ୍କୁଲର କ୍ରୀଡା ଶିକ୍ଷକ ଆଦିନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।





