ଜାତୀୟ କଳା ଉତ୍ସବ ପାଇଁ ମନୋନୀତ ହେଲା ବାଲେଶ୍ଵରୀ ଜଉକଣ୍ଢେଇ : କଳା ଉତ୍ସବକୁ ନିମନ୍ତ୍ରିତ ହେଲେ ଟାଉନ ହାଇସ୍କୁଲର ଛାତ୍ର ସମୀର ଓ ସୁରଜ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱରର ୟୁନିଟ ୬ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫ ସମାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ୫ଟି ଜୋନରୁ ୧୨ଟି ବିଭାଗର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବାଲେଶ୍ଵର ଟାଉନ୍ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର ଦ୍ବୟ ସମୀର ବେହେରା ଓ ସୁରଜ ବେହେରା ବାଲେଶ୍ଵରୀ ଜଉକଣ୍ଢେଇ ବାହାଘର ଦୃଶ୍ୟକୁ ଜଉକଣ୍ଢେଇରେ ତିଆରି କରି ଇଣ୍ଡିଜିନିୟସ ଟୟଜ୍ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ପୁରସ୍କୃତ ହୋଇଛନ୍ତି। ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରୀୟ କଳା ଉତ୍ସବରେ ଯୋଗ ଦେବା ପାଇଁ ଉଭୟଙ୍କୁ ମନୋନୀତ କରାଯାଇଛି। କ୍ଲଷ୍ଟର, ବ୍ଲକ, ଜିଲ୍ଲା ଓ ଉତ୍ତର ଓଡ଼ିଶା ଜୋନାଲ ସ୍ତରରୁ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ପ୍ରଥମ ହେବ ସହ ଜାତୀୟ ସ୍ତରକୁ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି ଏ ଦୁଇ ଛାତ୍ର। ଦୁହେଁ ଇଣ୍ଡିଜିନିୟସ ଟୟଜ୍ ଜଉକଣ୍ଢେଇରେ ଓଡ଼ିଶାରୁ ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ବାଲେଶ୍ଵରର କଳା ସଂସ୍କୃତିକୁ ଉଚ୍ଚ ସ୍ଥାନକୁ ନେଇ ବାଲେଶ୍ଵରକୁ ଗୌରବାନ୍ବିତ କରିଥିବା ବେଳେ ବିଭିନ୍ନ ମହଲରୁ ଅଭିନନ୍ଦନ ସୁଅ ଛୁଟିଛି। ଜଉକଣ୍ଢେଇ କଳାସଂସ୍କୃତିର ଅଗ୍ରଦୂତ ଶିଳ୍ପୀ କେଶୁଦାସ, ଗାଇଡ୍ ଟିଚର୍ ସସ୍ମିତା ଗିରି, ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତା ପ୍ରମୁଖ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.