ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଗିରିଗୋବର୍ଦ୍ଧନ ପୂଜା ରଜାମୁଣ୍ଡା ସ୍ଥିତ ପାହାଡ ଉପରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ୨୧/୧୦/୨୦୨୫ ଦିନ କଳସ ଶୋଭାଯାତ୍ରା କରି ପୂଜା ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ଦିନ ୯ ଟା ଠାରୁ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ଏହି ପୂଜାକୁ ପାଖଆଖର ୧୨ଟିଗ୍ରାମର ଆଞ୍ଚଳିକ ଯାଦବ କମିଟି ସହଯୋଗ କରିଥିଲେ ।କର୍ତା ଦାୟିତ୍ବ ରେ ରାଜାମୁଣ୍ଡା ଗୌନ୍ତିଆ ସୁଶିଲ କୁମାର ଭୋଇ ଓ ତାଙ୍କ ଧର୍ମପତ୍ନୀ ଥିବାବେଳେ ପୂଜକ ରାଜେନ୍ଦ୍ର ସତପଥି ପୂଜକ ଦାୟିତ୍ବ ରେ ଥିଲେ । ଏହି ପୂଜାରେ ରାମଳୀଳା, ଦଣ୍ଡନାଚ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶୁକ୍ରବାର ଷୋହଳ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।





