ଅଟ୍ଟାଙ୍ଗଗୁଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଅଟ୍ଟାଙ୍ଗଗୁଡା ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ବିଆରସିସି ଜୟ କୁମାର ମାଝୀ, ଏବିଇଓ, ଓ ଅଟ୍ଟାଙ୍ଗଗୁଡା ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, କଳାହାଣ୍ଡିର ଯୁବଲେଖିକା ଐଶ୍ୱର୍ଯ୍ୟା ପ୍ରଧାନ, ନୃତ୍ୟ ଶିକ୍ଷୟତ୍ରୀ ମନ୍ଦାକିନୀ ବଣୁଆ, ଗାୟିକା ସସ୍ମିତା ମହାପାତ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁସିଗୁଡ଼ା ପ୍ରିନସିପାଲ ଶଶାଙ୍କ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କ୍ଳଷ୍ଟର ଅନ୍ତର୍ଗତ ୧୮ଟି ସ୍କୁଲର ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଅରୁଣ ବିଷୋୟୀ। କାର୍ଯ୍ୟକ୍ରମ ଆୟୋଜନରେ ତୁଳସୀ ରାମ, ସଂଗ୍ରାମ ମାଝୀ, ବେଣୁ ବିଶ୍ଵାଳ, ଭଗବାନ ଶିଖା, ଚକ୍ରଧର ପାଲି, ପ୍ରଶାନ୍ତ ବିଶୋଇ, ସମୀକ୍ଷା ରଥ, ହେମବନ୍ତି ନାୟକ, ପରବିନ ବେଗୁମ୍, ରବୀନ୍ଦ୍ର ମହାନ୍ତି, ଜଳନ୍ଧର ସାର୍, ସୂର୍ଯ୍ୟ ଦାଶ, ସସ୍ମିତା ବାବୁ, ବନ୍ଦନା ମହାରଣା, ସନ୍ତୋଷ ପଟ୍ଟନାୟକ, ଯୁଗସାଇପାଟଣା ପ୍ରଧାନ ଶିକ୍ଷକ ମାମିନ ସାହୁ,  ହିଙ୍ଗରାଜ ହରିଜନ,ସବିତା ଦାସ, ରାଜକୁମାରୀ ଶବର, ପ୍ରେମା ମଞ୍ଜରୀ ଶବର, ସରିତା ମହାପାତ୍ର, ମଦନ ମୋହନ ପାଣିଗ୍ରାହୀ,  ପୂର୍ଣ୍ଣିମା ଭୋଇ, କଲ୍ୟାଣୀ ଗୌଡ଼, ସନ୍ଧ୍ୟାତାରା ବାଗ, ସଂଘମିତ୍ରା ପଣ୍ଡା, ଜଗନ୍ନାଥ ନାୟକ, ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.