ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାର ମାଟି କଳାହାଣ୍ଡିରେ ରହିଛି କଳାର ପ୍ରଶସ୍ତ କ୍ଷେତ୍ର। ପିଢ଼ି ପରେ ପିଢ଼ି ଏହା ପ୍ରସାରିତ ହୋଇ ଆସିଥିବାବେଳେ କୁନି କୁନି ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଚିହ୍ନଟ ଓ ତାହାର ବିକାଶ ଦିଗରେ ଶିଶୁ ମହୋତ୍ସବ ସୁରଭି -୨୦୨୫ ଏକ ଅନନ୍ୟ ଭୂମିକା ଗ୍ରହଣ କରୁଛି ବୋଲି ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଆୟୋଜିତ ମହୋତ୍ସବର ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ବନମାଳୀ ମେହେର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଗୋଷ୍ଠୀ ଶିକ୍ଷା ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ଦ୍ଵିତୀୟ ଅଧିବେଶନ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, କେସିଙ୍ଗା ଆନନ୍ଦ ବେହେରା, କଳାହାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପବିତ୍ରମୋହନ ସାହୁ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ଭାରତଭୂଷଣ ସାହୁ, ଗୋପବନ୍ଧୁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ।

ବରିଷ୍ଠ ଶିକ୍ଷକ ତଥା ପୂର୍ବତନ କ୍ଳଷ୍ଟର ସଂଯୋଜକ ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି ବ୍ଲକର ବିଭିନ୍ନ କ୍ଳଷ୍ଟରରୁ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ନେଇ ଜଳପୁରୁଷ କାର୍ଜୀ ମାଝୀ ମଞ୍ଚରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଚାରକ ଭାବେ ସୁନାମଧନ୍ୟ ଗାୟକ ଓ କଳାକାର ସର୍ବେଶ୍ୱର ଭୋଇ, ଶିକ୍ଷକ ଓ ଗାଳ୍ପିକ ସୁଧୀର ଧଙ୍ଗଡ଼ାମାଝୀ, ଜିଲ୍ଲା କଳାକାର ସଂଘର ସଂପାଦକ ଶେଷଦେବ ମିଶ୍ର ଦାୟିତ୍ୱ ତୁଲାଇଥିବାବେଳେ ଶିକ୍ଷକ ଲଳିତ ଭୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣୀ ସମାରୋହରେ କ୍ଳଷ୍ଟର ସଂଯୋଜକ ମନୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ବ୍ଲକର ତିନିଜଣ କ୍ଲଷ୍ଟର ସଂଯୋଜକଙ୍କ ସମେତ ୧୩ ଗୋଟି କ୍ଳଷ୍ଟରରୁ ୨୬ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ରାଜ୍ୟସ୍ତରରେ ପୁରସ୍କୃତ କନର୍ଲା ସ୍କୁଲର ପ୍ରଧାନଶିକ୍ଷକ ଆଦିତ୍ୟ ପଣ୍ଡା, ଲାଞ୍ଜିଗଡ଼ ହାଇସ୍କୁଲର ଶିକ୍ଷକ ବିନୋଦ ବାତ୍ରା, ନାଗେଶ୍ୱର ସା ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।

ଏଥିରେ କ୍ଲଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା, ସୌଭାଗ୍ୟରଞ୍ଜନ ସାହୁ, ମନୋଜ ସାହୁ, ପ୍ରକାଶ ଚନ୍ଦ୍ର ପଧାନ, ଜଳନ୍ଧର ମାଝୀ, ଦୁଃଖିଶ୍ୟାମ ବାରିକି, ଶ୍ରବଣ ସରାଫ, ଗୁଣମଣି ଭୋଇ, ତ୍ରିନାଥ ଶ୍ୟାମ କୁମାର, ଘାସିରାମ ମାଝୀ, ଶିବରାମ ପ୍ରଧାନ, କାଞ୍ଚନବାଳା ମହାରଣା, ସଞ୍ଜୀବ ସାହୁଙ୍କ ସହିତ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.