ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ଓ ଲୋକ ନୃତ୍ୟ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ୧୬ ଗୋଟି ବିଦ୍ୟାଳୟର ଦେଢ଼ଶହରୁ ଊର୍ଦ୍ଧ୍ବ ଶିଶୁ କଳାକାର ଓ ମାର୍ଗଦର୍ଶକ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଚାରକ ଭାବେ ନାଟ୍ୟଭୂଷଣ ପ୍ରଦୀପ ଧଙ୍ଗଡ଼ାମାଝୀ, ପ୍ରକାଶ ଚନ୍ଦ୍ର ନିଶଙ୍କ, ନେପାଳ ଚନ୍ଦ୍ର ବାଗ, ଡ଼ି ଆଇ ଈ ଟି ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ଏବଂ ଏମ ଏମ ଡେନ୍ସ ଏକାଡେମୀ, ଭବାନୀପାଟଣା ର କେ ପଦ୍ମା ଆଚାରି ଯୋଗଦାନ କରିଥିଲେ। ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଲଙ୍କେଶ୍ଵରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଅକ୍ଟୋବର ୨୮ ତାରିଖରେ ନବରଙ୍ଗପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ଥିଆପଦର୍ ଦ୍ଵିତୀୟ ଓ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ବିଶ୍ଵନାଥପୁର, ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଲୋକନୃତ୍ୟ ପ୍ରତିଯୋଗିତାରେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ମଥୁରା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଣା ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସାପଲହରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଉଦଯାପନୀ ସଭାରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ଶୁଭ ଲଷ୍ମୀ ନାୟକ ଏବଂ ବ୍ରଜ ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.