ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟ ଠାରେ କେସିଙ୍ଗା ଥାନା ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧକ୍ଷ ଦୁର୍ଯୋଧନ ଦାଶଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏସଡିପିଓ ସନ୍ଦିପ ମାଝୀ, ମୁଖ୍ୟବକ୍ତା ଭାବରେ କେସିଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ, ପଲମ ଫାଣ୍ଡି ଅଧିକାରୀ ସୁବୋଧ ଫୁଲୋ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍କେଲା ଏଏସଆଇ ଅରୁପ କୁମାର ଶତପଥୀ ଅତି ଚମତ୍କାର ମ୍ୟାଜିକ ଦେଖାଇ ସାଇବର କ୍ରାଇମ ବିଷୟରେ ସଚେତନ କରିଥିଲେ। ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ସାଇବର କ୍ରାଇମ ବିଷୟରେ ବିସ୍ତୃତ ଭାବରେ ଅଭିଭାଷଣ ଦେଇଥିଲେ। ଇଂରାଜୀ ଅଧ୍ୟାପକ ଦୁର୍ଯୋଧନ ବିଶୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ସଦାନନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ମଦନ ମୋହନ ସାହୁ, ଅର୍ଥନୀତି ଅଧ୍ୟାପିକା ସ୍ଵାତି ପଧାନ, ମୁଖ୍ୟ କିରାଣୀ ଭକ୍ତ ବନ୍ଧୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.