ମୋଟରସାଇକେଲ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ଡାକବଙ୍ଗଳା ରାସ୍ତା କଡ଼ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୋଟରସାଇକେଲ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତ ମାଟ୍ରୁ ଗାଁର କୁମର ବିଡ଼ିକା (ନାଏକ) ବୟସ ପ୍ରାୟ ୫୦ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ପ୍ରାୟ ୭:୪୦ ରେ କୁମର ବିଡିକା ଚାଲି ଚାଲି ଯାଉଥିବା ବେଳେ ଓଡ଼ି ୧୮କେ ୬୨୮୯ ମୋଟରସାଇକଲ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା, ଫଳରେ କୁମାରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ମୋଟରସାଇକଲ ଚାଳକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଛି। ଖବର ପାଇ କଲ୍ୟାଣ ସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହରାଙ୍କ ନିର୍ଦେଶରେ ପୋଲିସ ଟିମ ପହଞ୍ଚି ଘଟଣା ସ୍ଥଳରୁ ମୃତ୍ୟୁ ଶରୀର ଓ ମୋଟର ସାଇକଲକୁ ଜବତ କରିଥିଲେ। ଶବକୁ ନିଆଁ ଲିଭା ଗାଡ଼ିରେ କଲ୍ୟାଣ ସିଂହପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ମୋଟର ସାଇକଲକୁ ଓଟୋ ସାହାଯ୍ୟରେ କଲ୍ୟାଣ ସିଂହପୁର ଥାନାକୁ ନେଇଥିବା ଦେଖିବାକୁ ମିଳିଥିଲା। କଲ୍ୟାଣ ସିଂହପୁର ଥାନା ଏଏସଆଇ ଦିଲୀପ ମାଝୀ ଘଟଣାର ତଦନ୍ତ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.