କେଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ସମାଜ କଲ୍ୟାଣ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ ଏକ ମହିଳା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇସିଡ଼ିଏସ ସୁପରଭାଇଜର ଗୀତାଞ୍ଜଳି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କେଗାଁ ଥାନା ଏଏସଆଇ ରୋମାଞ୍ଚଳ ନାଏକ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ଭୋଇ, ସହ ଶିକ୍ଷକ ଦେବରାଜ ଜାନୀ, ଡିଏସଡବ୍ଲୁଓ କାର୍ଯ୍ୟାଳୟର ଜେଣ୍ଡର ସ୍ପେସିଆଲିଷ୍ଟ ରାମ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତି ସଦନ ଗୃହରେ କେଉଁ ମହିଳା ମାନେ ରହିପାରିବେ, ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଆଦି ବିଷୟରେ ଆଲୋଚନା କରିଥିଲେ। ଧର୍ମଗଡ ଶକ୍ତି ସଦନର ପରିଚାଳିକା ସସ୍ମିତା ପାତ୍ର କାର୍ଯକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠିତ ସଚେତନତା ସଭାରେ କେଗାଁ ଗ୍ରାମପଞ୍ଚାୟତର ସିଆରପି, ଏମବିକେ, ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ସମେତ ଗ୍ରାମର ଯୁବତୀମାନେ ବହୁ ସଂଖ୍ୟାରେ ସାମିଲ ଥିବା ବେଳେ ଧର୍ମଗଡ ଶକ୍ତି ସଦନ ଗୃହ କାର୍ଯ୍ୟାଳୟ ସହାୟକ ଦେବରାଜ ମହାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.