ତ୍ରି-ଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ବୋର୍ଡା ସ୍ଥିତ ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡିଲେଶ୍ବର ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର କୁଳସଚିବ ଡ. ଗୁଣନିଧି ନାଏକ, ସମ୍ମାନିତ ଅତିଥି ଭାବେ ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଉପ କୁଳସଚିବ ମେଜର ଜୟଦେବ ସାହୁ ଯୋଗଦେଇ ଯୁବ ରେଡକ୍ରସର ମହନୀୟ ନୀତି ଓ ଆଦର୍ଶ ମାନବ ଜୀବନର ବ୍ରତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

ଜିଲ୍ଲା ଆବାହକ ସଂପାଦକ ସଞ୍ଜିବ କୁମାର ସାହୁ ସ୍ବାଗତ ଅଭିଭାଷଣ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଶିବିରର ସଫଳତାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ସୁଧିର କୁମାର ପଣ୍ଡା ମଞ୍ଚ ପରିଚାଳନା, ଶିବିର ଉପ ନିର୍ଦ୍ଦେଶକ ସଂଜିବ କୁମାର ଶଗରିଆ ଧନ୍ୟବାଦ ଅର୍ପଣ କରିଥିବାବେଳେ ମୋହନ ଚରଣ ବିଷି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶିବିରର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସୁହାନୀ ପ୍ରଧାନ ଓ କୁରୁକ୍ଷେତ୍ର ଗଉଡଙ୍କୁ ପୁରସ୍କୃତ କରାଯାଇଥିଲା ଓ ଶିବିରରେ ପ୍ରଶଂସନୀୟ ସହାୟତା ପାଇଁ କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା, ଡ. ନୃସିଂହାନନ୍ଦ ସାସମଲ, ଆୟୋଜକ ମହାବିଦ୍ୟାଳୟର କର୍ମଚାରୀ ଓ ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା।ସ୍ବେଛାସେବୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କଣ୍ଠ ସଂଗୀତ, ନୃତ୍ୟ ସାଧାରଣ ଜ୍ଞାନ, ଓଡ଼ିଆ ଟାଇପିଙ୍ଗ, ସମ୍ବାଦ ପାଠନ, ଗଳ୍ପ ଲିଖନ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ତ୍ରି-ଦିବସୀୟ ଶିବିରରେ ରେଡକ୍ରସ୍ ର ଇତିହାସ, ବିକାଶ ଓ ମୌଳିକ ନୀତି ବିଷୟରେ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା, ପ୍ରାଥମିକ ଚିକିତ୍ସା ବିଷୟରେ ଶାନ୍ତନୁ କୁମାର ପରିଡ଼ା ଓ ମୋହନ ଚରଣ ବିଶି, ବିପର୍ଯ୍ୟୟ ପରିଚାଳନା ଗିରିରାଜ ଗହିର, କଳାହାଣ୍ଡି ପୋଲିସ ତରଫରୁ ସର୍ବେଶ୍ଵର ସାମନ୍ତରାୟ ଓ ହେମନ୍ତ କୁମାର ପାତ୍ର ସାଇବର ନିରପତ୍ତା ବିଷୟରେ, ସଡ଼କ ସୁରକ୍ଷା ସଚେତନତା ବିଷୟରେ ସରୋଜ କୁମାର ପଟ୍ଟଯୋଶୀ ଓ ରାଜେନ୍ଦ୍ର ପ୍ରଧାନ, ମହିଳା ସଶକ୍ତିକରଣ ବିଷୟରେ ମହେନ୍ଦ୍ର କୁମାର ଯୋଶୀ, ରକ୍ତଦାନର ଆବଶ୍ୟକତା ଓ ମହତ୍ତ୍ଵ ବିଷୟରେ ସୁଧିର କୁମାର ପଣ୍ଡା, ଯୌନ ପ୍ରତିରୋଧ ଆଇନ ସଚେତନତା ବିଷୟରେ ସଂଜିବ କୁମାର ସାହୁ,ଯୋଗ ଓ ପ୍ରାଣାୟାମ ବିଷୟରେ ସୀତାକାନ୍ତ କର ଶିକ୍ଷା ତଥା ତାଲିମ ପ୍ରଦାନ କରାଯାଇଥିଲା।

ଶିବିରର ତୃତୀୟ ଦିବସରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ମହାବିଦ୍ୟାଳୟରୁ ୧୩୭ଜଣ ସ୍ବେଚ୍ଛାସେବୀ ଓ ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ। ଶିବିର ଆୟୋଜନରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଯୁବ ରେଡକ୍ରସ୍ ପରାମର୍ଶଦାତା, ମହାବିଦ୍ୟାଳୟର ଅଧ୍ୟାପିକା ଡ.ଜୟନ୍ତୀ ମହାନ୍ତି, ମନୋଜ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ମାନସୀ ନାଏକ, ଚନ୍ଦ୍ରଧ୍ୱଜ ନାଏକ, ସଂଜୟ କୁମାର ରଣା, ହସିନା ଭୋଇ, ପ୍ରକାଶ ଚନ୍ଦ୍ର ଭୋଇ, ବଜରଙ୍ଗ ନାଗ, ବଂଶୀଧର ସାହୁ, ସୁରେଶ ଚନ୍ଦ୍ର ନାଏକ, ରିମା ଛତର, ଜଗଦିଶ ଛତର, ପ୍ରଦିପ କୁମାର ଛତର, ବିଦୁର ଗହୀର, ମନମୋହନ ଗହୀର, ରମେଶ ଚନ୍ଦ୍ର ଛୁରା ପ୍ରମୁଖ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.