ଟକାରୁମାଲ ମା’ ସନ୍ତୋଷୀ ପିଠରେ ରାକ୍ଷୀ ପୂର୍ଣ୍ମିମା

ନିଆରା ପରମ୍ପରା, ଭକ୍ତମାନେ ମା’ଙ୍କୁ ବାନ୍ଧନ୍ତି ରାକ୍ଷୀ

କେସିଙ୍ଗା/କର୍ଲାମୁଣ୍ଡା,୧୬/୮ : ଦେଶସାରା ଗୁରୁବାରଦିନ ରାକ୍ଷୀ ପୂର୍ଣ୍ଣିମାର ମାହୋଲ ଥିବାବେଳେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟକାରୁମାଲରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା । ଏହି ଗ୍ରାମରେ ଥିବା ମା’ ସନ୍ତୋଷୀଙ୍କୁ ଭକ୍ତମାନେ ବାନ୍ଧନ୍ତି ରାକ୍ଷୀ । ଏହି ପରମ୍ପରା ଆଜିର ନୁହଁ ପ୍ରାୟ ୨୦ ବର୍ଷ ହେଲା ଗହ୍ମା ପୂର୍ଣ୍ଣିମା ଦିନ ଏଠାରେ ପାଳିତ ହେଉଛି ରକ୍ଷା ବନ୍ଧନ ।

ଏହି ଦିନ ମା’ଙ୍କୁ ରାକ୍ଷୀ ବାନ୍ଧିଲେ ଭକ୍ତମାନଙ୍କର ଦୁଃଖ କଷ୍ଟ ସବୁଦୁର ହୁଏ ଓ ମନବଞ୍ଚା ପୁର୍ଣ୍ଣହୁଏ ବୋଲି ବିଶ୍ବାସ ରହିଆସିଛି । ଏହାକୁ ଆଧାର କରି ପିଠରେ ଭକ୍ତମାନଙ୍କ ଭିଡ ଲାଗି ରହିଥିଲା ।  ଏଠାରେ ପୂଜକ ଭାବେ ହରିହର ସାହୁ ଓ ପୁରୁଣା ପୁଟେଲ ମା’ ସନ୍ତୋଷୀଙ୍କ ପୂଜାନିତି ଓ ରାକ୍ଷୀ ପୂର୍ଣ୍ଣିମା ନିତି ସଂପର୍ଣ୍ଣ କରିଥିଲେ ।

ଭକ୍ତ ଦୂତିଆ ରଣା, ସୁଧୀର ଭୋଇ, ପଞ୍ଚାନନ, ସାଧୁରାମ ସାହୁ, ଯଜ୍ଞ ବିଶି, ଧୁବଳେ, ତ୍ରିନାଥ ଭୋଇ, ସତ୍ୟନାରାୟଣ ବିଶି, କାନ୍ତ ଭୋଇ, ସାଧୁରାମ ସାହୁ ପ୍ରମୂଖ ସହଯୋଗ କରିଥିଲେ । ଏହି ପିଠକୁ କଳାହାଣ୍ଡି ସମେତ ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଏପରି ୪ଟି ଜିଲ୍ଲାର ଶ୍ରଦ୍ଧାଳୁ ଓ ଭକ୍ତ ଆସିଥାନ୍ତି ବୋଲି ପୂଜକ ମତ ପ୍ରକାଶ କରିଛନ୍ତି ।

କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁ ଓ କର୍ଲାମୁଣ୍ଡା ପ୍ରତିନିଧି ବାଲକୁମର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.