ବଜରଙ୍ଗ ଦଳ ୱାର୍ଡସ ଆପ ଗ୍ରୁପରେ ହିନ୍ଦୁ ଦେବାଦେବୀଙ୍କ ଅଶ୍ଳୀଳ ଭିଡିଓ !

ଥାନାର ଦ୍ୱାରସ୍ଥ ହେଲେ ଗ୍ରୁପ ଏଡମିନ ଓ ସଦସ୍ୟ

ନୂଆପଡା,୧୬/୮ : ଆଧୁନିକତାର ମାୟାରେ ପଡି କେତେକ ଉଦଭ୍ରାନ୍ତ ଯୁବକ ହିନ୍ଦୁ ପରମ୍ପରା, ସଂସ୍କୃତିକୁ କଳୁଶିତ କରିବାରେ ପଛାଉ ନାହାନ୍ତି । ଏହାଦ୍ବାରା ଆମ ସାମାଜିକ ବିଧି ବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିବା ସହ ଧର୍ମିୟ ଭାବନାରେ ଆଘାତ ଲାଗୁଛି । ବର୍ତମାନର ସମୟରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକେ ଭଗବାନଙ୍କ ଅଶ୍ଳିଲ ଭିଡିଓ ସେୟାର କରୁଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ନୂଆପଡାରୁ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନୂଆପଡାର ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ରହିଥିବା ବଜରଙ୍ଗ ଦଳ ୱାର୍ଡସ ଆପ୍ ଗ୍ରୁପରେ ଅନେକ ସଦସ୍ୟ ଯୋଡି ହୋଇ ଅଛନ୍ତି । ବିଭିନ୍ନ ସମୟରେ ବଜରଙ୍ଗ ଦଳ ବିଭିନ୍ନ ସାମାଜିକ କାର୍ଯ୍ୟ ଓ ରକ୍ତଦାନ ଭଳି ମହତ କାର୍ଯ୍ୟ କରନ୍ତି, କିନ୍ତୁ ଗତ ୪/୫ଦିନ ପୂର୍ବରୁ ଏହି ଗ୍ରୁପରେ ଜଣେ ସଦସ୍ୟ ଭଗବାନଙ୍କ ଫୋଟୋ ଥିବା ଏଡିଟ କରି ଅଶ୍ଳୀଳ ଭିଡିଓ ସେୟାର କରିଛନ୍ତି । ଯାହାକୁ ଗ୍ରୁପ ଏଡମିନ, ବଜରଙ୍ଗ ଦଳ ସଭାପତି ଓ ସଦସ୍ୟ କଡା ନିନ୍ଦା କରୁଛନ୍ତି ଓ ଏହାକୁ ନେଇ ନୂଆପଡା ସଦର ଥାନାରେ ଏକ ଅଭିଯୋଗ ପତ୍ର ମଧ୍ୟ୍ୟ ଦାଖଲ କରିଛନ୍ତି । ଏହି ଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି ମଧ୍ୟ କରିଛନ୍ତି । ଏହି ଅଭିଯୋଗ ପତ୍ରକୁ ନେଇ ଥାନା ଦ୍ୱାରସ୍ଥ ହେବା ସମୟରେ ରୋହିତ ସାହୁ, ଆଭାସ ପାଢ଼ୀ, ହିତେଶ ସାହୁ, ବିରୁ ମହାନନ୍ଦ, ଅତିସ ମଲ୍ଲିକ, ପିଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.