ପଣ୍ଡିଗାଁ ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲ କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସ୍ଵତନ୍ତ୍ର ଗ୍ରାମସଭା ଓ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଥିଲା। ସରପଞ୍ଚ କବିତା ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗ୍ରାମସଭାରେ ନାଏବ ସରପଞ୍ଚ ହେମଲତା ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର, ଏଡିଇଓ ଅନିଲ କୁମାର ମୁଣ୍ଡ, ଯୋଗାଣ ସହାୟକ ରମେଶ ବାଗ, କୃଷି କର୍ମଚାରୀ ବିମ୍ବାଧର ପୁଝାରୀ ଉପସ୍ଥିତ ରହିଥିଲେ। ସ୍ଵତନ୍ତ୍ର ଗ୍ରାମସଭାରେ ଗ୍ରାମ ପଞ୍ଚାୟତର ଅତିରିକ୍ତ କାର୍ଯ୍ୟ ଖସଡ଼ା ୨୦୨୫-୨୬ ପାଇଁ ଆଲୋଚନା କରାଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ପରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀ, ନିର୍ବାଚିତ ଜନ ପ୍ରତିନିଧିଙ୍କ ସହିତ ଉପସ୍ଥିତ ସମସ୍ତେ ଜନ ସାଧାରଣଙ୍କୁ ସହଯୋଗ ଓ ସୁସମ୍ପର୍କ ରଖିବା ପାଇଁ ଶପଥ ପାଠ କରିଥିଲେ। ଏହି ଗ୍ରାମସଭାରେ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା, ଗ୍ରାମସାଥୀ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସିଆରପି, ଏମବିକେ ତଥା ଜନ ସାଧାରଣ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.