କୋମନାରେ ଶ୍ରୀକୃଷ୍ଣ ରାସଲୀଳାର ତୃତୀୟ ଦିବସ

ଯୋଗଦେଲେ ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ରମାକାନ୍ତ ହାତୀ 

ଓଡ଼ିଆ ବାର୍ତ୍ତା/ କୋମନା: ଭଗବାନ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳାଖେଳାକୁ ନେଇ ରଶାଣିତ ହେଉଛି କୋମନା। ମାଁ ସମଲେଶ୍ଵରୀ ସାଂସ୍କୃତିକ ଓ କ୍ରିଡ଼ା ଅନୁଷ୍ଠାନ ପକ୍ଷରୁ କୋମନାର ପାଇକପଡାରେ ମହାସମାରୋହରେ ଆୟୋଜିତ ହେଉଛି ୬୫ତମ ଶ୍ରୀକୃଷ୍ଣ ରାସଲୀଳା ଉତ୍ସବ। ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଶନିବାର ରାତିରେ ବକାସୁର ବଧ ଥିବାବେଳେ ଏହି ଅବସରରେ ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିରୁ ଲଢେଇ କରୁଥିବା ଯୁବ ନେତା ରମାକାନ୍ତ ହାତୀ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ରାଧାକୃଷ୍ଣଙ୍କ ଆଶିଷ ଭିକ୍ଷା କରିଥିଲେ। ଅନୁଷ୍ଠାନ ପକ୍ଷରୁ ଶ୍ରୀ ହାତୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ରମାକାନ୍ତ ହାତୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ କୋମନାବାସୀଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ସମସ୍ତଙ୍କ ଆଶିର୍ବାଦ କାମନା କରିଥିଲେ। ଶ୍ରୀକୃଷ୍ଣ ରାସଲୀଳାର ତୃତୀୟ ଦିବସରେ ସୁରେନ୍ଦ୍ର ବିଶି ଓ ତାଙ୍କ ଧର୍ମପତ୍ନୀ କୁନି ବିଶି କର୍ତ୍ତା ଦାଇତ୍ୱ ନିର୍ବାହ କରିଥିବାବେଳେ ସୁବାସ ପୁରୋହିତ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ମାଁ ସମଲେଶ୍ଵରୀ ସାଂସ୍କୃତିକ ଓ କ୍ରିଡ଼ା ଅନୁଷ୍ଠାନର ସଭାପତି ମୁକୁନ୍ଦ ନାଏକ ଓ ସାଧାରଣ ସମ୍ପାଦକ ତ୍ରିଲୋଚନ ରାଉତଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବାବେଳେ ଗଣେଶ ନାଏକ, ଆକାଶ ପୁଝାରୀ, ଅଜୁ ଚଲାନ, ପ୍ରକାଶ ନାଏକ ଏବଂ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ସହଯୋଗ କରୁଛନ୍ତି। ପ୍ରତ୍ୟହ ଏହି ରାସଲୀଳା କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.