ନର୍ଲାରେ ବ୍ଲକ ସ୍ତରୀୟ ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ବ୍ଲକ ସରୀୟ ୭୬ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ବିଏସଏସଓ ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲା ଗଠନ ସମାରୋହରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କଳାହାଣ୍ଡିର ଇତିହାସ ବିଷୟରେ ବର୍ଣ୍ଣନା କରିଥିଲେ।ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାଲି, ସିଡିପିଓ ଅଞ୍ଜଳି ପଟ୍ଟନାୟକ, ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା ସେକ୍ସନ ଅଫିସର ସୁଦର୍ଶନ ରାଉତ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବରେ ନର୍ଲା ଡିଗ୍ରୀ କଲେଜର ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ ଯୋଗଦାନ କରି ବିଗତ ଦିନର କଳାହାଣ୍ଡି ଓ ୭୬ ବର୍ଷରେ ପଦାର୍ପଣ କରିଥିବା କଳାହାଣ୍ଡି ବିଷୟରେ ବର୍ଣ୍ଣନା କରିଥିଲେ । ଇତ୍ୟବସରରେ ନର୍ଲା ମାଟିର ପୁଅ ବିଶିଷ୍ଟ ଫୋକ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଟାଟା ପାୱାର ନର୍ଲା ଏସଡିଓ କମଲେଶ ପଧାନ, ଆରଡବ୍ଲୁଏସଏସ ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ,ସନତ କୁମାର ସାହୁ, ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ, କୁର୍ମେଲ ଯୋଗାଣ ସହାୟକ ପଦ୍ମନାଭ ନାଏକ, ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ, ସୁକାନ୍ତୀ ବିଶ୍ୱାଳ, ସଂଯୁକ୍ତା ପାଣି, ରଞ୍ଜିତା ନାଏକ, ଟକର୍ଲା ସରପଞ୍ଚ, ବାଲସିଙ୍ଗା ସମିତି ସଦସ୍ୟ, ମିଶନ ଶକ୍ତିର ମହିଳା ମାନେ ଯୋଗଦାନ କରିଥିଲେ। ବିପିସି ଭୋଳାନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ବିଏସଏସଓ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.