ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ଇତିହାସ ବିଭାଗର ଅଧ୍ୟାପକ ରମେଶ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ “ଦୁର୍ନୀତି ନିବାରଣ ସପ୍ତାହ” ଶୀର୍ଷକ ଆମ ସାମୁହିକ ଦାୟିତ୍ୱ ପାଳିତ ହୋଇଛି। ଦୁର୍ନତି ନିବାରଣ ସପ୍ତାହ ପାଳନର ଆଭିମୁଖ୍ୟ ଉପରେ ଅଧ୍ୟକ୍ଷ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଶପଥ ପାଠ ଶହ ଏକ ବିଶାଳ ରେଲି ନଗର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ। ଏହାପରେ କଲେଜ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହାକୁ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରାଧ୍ୟାପକ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ। ଇଂରାଜୀ ବିଭାଗର ଅଧ୍ୟାପିକା ବାସନ୍ତୀ ସାହୁ,ଭୂଗୋଳ ଅଧ୍ୟାପିକା ସଂଘମିତ୍ରା ପଣ୍ଡା,ଶିକ୍ଷା ବିଭାଗର ଅଧ୍ୟାପିକା କୌଶଲ୍ୟା ଗଡ଼ବା ଏଥିରେ ନିଜସ୍ୱ ମତ ରଖିଥିଲେ।ମନୋଜ କୁମାର ନନ୍ଦ, ଲକ୍ଷପତି ପ୍ରଧାନ, ରବି ଭୋଇ, ଚୁଳଙ୍ଗ ଭୋଇ, ସନ୍ତୋଷ ନାଗ, ଗୌରଚନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ।





