ବିଦ୍ୟାଳୟରେ ଗୀତା ପଠନ ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ମନମୁଣ୍ଡା: ଅଧ୍ୟାତ୍ମିକ ଜୀବନରୁ ଧୀରେ, ଧୀରେ ଯୁବ ସମାଜ ଦୁରେଇ ଯାଇ ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଶିଶୁ ମାନଙ୍କୁ ପ୍ରତିଦିନ ପ୍ରାର୍ଥନା ସଭାରେ ଗୀତା ପଠନ ଅଭ୍ୟାସ କରି ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବାକୁ ଖଟଖଟିଆ ଉପ୍ରା ବିଦ୍ୟାଳୟରେ ପ୍ରତିଦିନ ଲାଗି ରହିବା ଦେଖିବା କୁ ମିଳିଛି।

ଯାହା ଫଳରେ କୋମଳମତି ଶିଶୁ ମନରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି ହେବାର ଏକ ଛୋଟ ପ୍ରୟାସ ହୋଇଛି।

ଏହାସହ ଶନିବାର ଦିନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ଲକ୍ଷ୍ମୀ ଶତପଥିଙ୍କ ତତ୍ୱାବଧାନରେ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଶିକ୍ଷକ ରଂଜୁ ଅମାତ ସଂଚାଳନ କରିଥିବା ବେଳେ ବିଚାରକ ଭାବେ ଶିକ୍ଷୟତ୍ରୀ ସ୍ନେହପ୍ରଭା ମହାପାତ୍ର, ବନୀତା ମେହେର, ଦିପ୍ତିମୟୀ ବୈଠାରୁ ରହିଥିଲେ।

ଶ୍ରୁତିମଧୁର କଣ୍ଠରେ ଆବୃତ୍ତି କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ରିୟା ଭୋଇ, ଦ୍ୱିତୀୟ ସ୍ଥାନରେ ଧରିତୀ ବସ୍ତିଆ, ରୁବି ବସ୍ତିଆ ଓ ତୃତୀୟ ସ୍ଥାନରେ ଆଦ୍ୟାଶା ବାରିକ ଓ ଇସାନି ବସ୍ତିଆ ହୋଇଥିଲେ।

ଫଳାଫଳକୁ ଘୋଷଣା କରିବା ସହିତ ଭାଗବତ ଗୀତା ପଠନର ସାର୍ଥକତା ଉପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ସମୀର ପ୍ରଧାନ କହିଥିଲେ।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷକ ସୁରେନ୍ଦ୍ର କମ୍ପ ଓ ଶୈଳେନ୍ଦ୍ର ବସ୍ତିଆ ଉତ୍ସାହିତ କରିଥିଲେ।

ଏଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ଛାତ୍ର ଦୁର୍ବାଦଳ ଅମାତ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.