ବଲାଙ୍ଗିର : ବନ୍ୟା ପ୍ରଭାବିତଙ୍କ ପାଇଁ ସମୀକ୍ଷା ବୈଠକ

ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ଟୁକୁନୀ ସାହୁ, ମନ୍ତ୍ରୀ ସୁଦାମ ମାରାଣ୍ଡି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

Omkar Vasthu
Omkar Vasthu

ବଲାଙ୍ଗିର,୧୬/୮ : ନିକଟରେ ବଲାଙ୍ଗିର ଜିଲ୍ଲାରେ  ହୋଇଥିବା ବନ୍ୟା ଜନିତ କ୍ଷୟକ୍ଷତି ଜନିତ ସମୀକ୍ଷା ବୈଠକ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି  । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଟୁକୁନୀ ସାହୁ, ମନ୍ତ୍ରୀ ସୁଦାମ ମାରାଣ୍ଡି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୂଖ ଯୋଗଦେଇ ସମୀକ୍ଷା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବନ୍ୟା ଦ୍ବାରା ବଲାଙ୍ଗୀର ଜିଲ୍ଲାରେ ପ୍ରଭାବିତ ହୋଇଥିବା ଲୋକଙ୍କ ଅସୁବିଧା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବା ସହ ତାକୁ ଆଗାମୀ ସାତଦିନ ମଧ୍ୟରେ ତୁରନ୍ତ ପଦକ୍ଷେପ ନେବାକୁ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଅଧିକାରୀଙ୍କୁ ତାଗିଦ କରିବା ସହ ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ନିକଟ ରେ କୋଣସି ଅଧିକାରୀ ଛୁଟି ରେ ନ ଯିବା କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରେ ତାଗିଦ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ର ଅଧିକାରୀ ମାନେ ନିଜ ନିଜ ପକ୍ଷରୁ କିଭଳି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ସେ ବିଷୟରେ ଜିଲାପାଳଙ୍କ ମାଧ୍ୟମରେ ଅବଗତ କରେଇଥିଲେ ।

ଅନ୍ୟ ପକ୍ଷରେ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ପ୍ରସ୍ଥାନ କରୁଥିବା ସମୟରେ ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକେ ପାଟିତୁଣ୍ଡ କରି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡିକୁ ଘେରି ଯାଇ ପାଟିତୁଣ୍ଡ କରିବା ନଜର କୁ ଆସିଥିଲା ।ଏଠାରେ ସୂଚନାଯୋଗ୍ୟ ଯେ, ବନ୍ୟାରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ଚଉଦଚି ବ୍ଲକର ଲୋକେ ଊଣା ଅଧିକ ଭାବେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ବଲାଙ୍ଗିର, ଗୁଡ଼ଭେଳା, ପୁଇଁତଲା,ଲୋଇସିଙ୍ଘା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସବୁ ଅସୁବିଧାକୁ ତୁରନ୍ତ ଠିକ କରିବାକୁ ରାଜ୍ୟସ୍ୱ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.