ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାରସଭା ଗୃହରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସିରେ ଅବସ୍ତିତ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଭାପତି ଅରୁଣ କୁମାର ପଣ୍ଡାଙ୍କ ସଂଯୋଜନାରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ଓ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ସବିତାଞ୍ଜଳି ନାୟକ ଏବଂ ସମ୍ମାନିତ ଅତିଥ୍‌ ଭାବେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ସୁରେନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ ରଥ ଯୋଗ ଦେଇଥିଲେ| ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କସହିତ ମୁଖ୍ୟ ବକ୍ତା ଓ ମଞ୍ଚାସିନ ଅତିଥି ମାନେନିଜ ନିଜର ମତଦାନ କରିଥିଲେ | ମତଦେଇଥିବା ମଧ୍ୟରେ ମୁଖ୍ୟ ଲକ୍ଷ ଥିଲା ଯେ ଶିକ୍ଷା ହିଁ ସଚେତନ ର ମୁଖ୍ୟ ମାଧ୍ଯମ, ସମସ୍ତେ ନିଜ ନିଜ କର୍ତବ୍ୟ ପ୍ରତି ସଚେତନ ହେବା, ନାଗରିକଙ୍କ ର ଅଧୁକାର ଓ ତାର କର୍ତବ୍ୟ ଅଟେ | ଶିକ୍ଷା ସହ ନିଜ ମାନସିକତାର ପରିବର୍ତ୍ତନ, ଦୁର୍ନୀତିକୁ ନିଜ ମନରୁ ଦୁରେଇ ରଖୁବା ଏବଂ ଦୃଢ଼ ସ୍ଥରରେ ତାର ପ୍ରତିବାଦ କରିବା, ମାଆ ମାନଙ୍କ ମାଧ୍ୟମ ରେ ଏହି ବାର୍ଭା ର ପ୍ରଚାର, ପ୍ରସାର ପାଇଁ ଅତିଥ୍‌ ମାନେ ମତବ୍ୟକ୍ତ କରିଥିଲେ ।ଏହାସହ କୌଣସି ଅଫିସକୁ ଗଲେ କାହାରିକୁ କୌଣସି କାମ ପାଈଁ ଲାଞ୍ଚ ନଦେବା ନେଇ ମତ ଦେଇଥିଲେ | ସମସ୍ତେ ଦୁର୍ନୀତି ମୁକ୍ତ ଭାରତ ଗଠନ ଲାଗି ସମସ୍ତେ ଶପଥ ନେଇଥିଲେ | ତେବେ ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ନାଗରିକ ଙ୍କ ସହିତ ବହୁ ଜନସାଧାରଣ, ସାମ୍ବାଦିକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.