ଓଡ଼ିଆ ବାର୍ତ୍ତା/ କଟକ ସଦର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ୪୨ ମୌଜା, ବନ୍ତୁଣିଆ ସ୍ଥିତ ବନ୍ତେଶ୍ୱର ମହାଦେବଙ୍କ ପୀଠରେ ନବ ଦିନ ବ୍ୟାପି ତୁଳସୀ ଦାସ କୃତ ୫୪ତମ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯଜ୍ଞ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ ସଭାପତି କିଶୋର ଚନ୍ଦ୍ର ସେନାପତି, ସମ୍ପାଦକ ଅମିତାଭ ବିଶ୍ୱାଳ, କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ସେଠୀ, ଅଧିକାରୀଙ୍କ ପ୍ରତିନିଧି ଦେବେନ୍ଦ୍ର ନାଥ ସେନାପତି, ମହନ୍ତ ସଦାଶିବ ବିଶ୍ୱାଳ, ଉପଦେଷ୍ଟା ବିଳାସ ଚନ୍ଦ୍ର ବେହେରା, କେଳୁ ଚରଣ ବେହେରା, ବଂଶୀଧର ସେନାପତି, ରାଜକିଶୋର ଭୋଇ, ଗୋବର୍ଦ୍ଧନ ମଲିକ, ସଦସ୍ୟ ବିଶ୍ୱଜିତ ଭୋଇ, ଲିଙ୍ଗରାଜ ସେଠୀ, ଅରକ୍ଷିତ ଦାସ, ଯଶୋବନ୍ତ ଦାସ, ପ୍ରକାଶ ଚନ୍ଦ୍ର ବେହେରା, ରବୀନ୍ଦ୍ର ସାହୁ, ଗଣେଶ ସେନାପତି, ପ୍ରସନ୍ନ କୁମାର ଦାଶ, ରମେଶ ଚନ୍ଦ୍ର ଭୋଇ, ରବିନାରାୟଣ ବିଶ୍ୱାଳ ଓ ପର୍ଶୁରାମ ନାୟକଙ୍କ ସମେତ ଉଦୀୟମାନ ଯୁବକ ମାନେ ସହଯୋଗ କରିଥିଲେ। ପୂଜାକର୍ମ ଓ ଯଜ୍ଞ କର୍ମକୁ ପଣ୍ଡିତ ରଘୁନାଥ ଦାଶ ଓ ଅଶୋକ କୁମାର ଦାଶ ସମ୍ପନ୍ନ କରିଥିବା ବେଳେ ପୂର୍ଣ୍ଣାହୁତି କାର୍ଯ୍ୟରେ ଆଦିତ୍ୟ ନାରାୟଣ ଦାଶ ଓ ସୌମ୍ୟ ନାରାୟଣ ଦାଶ ସହଯୋଗ କରିଥିଲେ। ଏହି ଅବସରରେ ଆଧାତ୍ମିକ ଗୁରୁ ଅଶୋକ କୁମାର ଜେନା (ବୁଲୁବାବା) ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭଜନ ସଂକୀର୍ତନ ପରିବେଷଣ କରାଯାଇଥିଲା। ୪୨ମୌଜା ସାମ୍ବାଦିକ ସଂଘର ସୁକାନ୍ତ କୁମାର ବେଉରା, ବୁଲେଇ ବେହେରା, ଦୀପ୍ତି ରଞ୍ଜନ ଶତପଥୀ, ଅଶୋକ କୁମାର ପତି, ଶିବାନୀ ମୁଦୁଲି ଓ ସ୍ମୃତି ରଞ୍ଜନ ମହାନ୍ତିଙ୍କୁ ଗ୍ରାମ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।





