ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଖମଗଡ଼ା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି | ପଦ୍ମଚରଣ ମଲ୍ଲିକ, ଯୋଜନା ମଲ୍ଲିକ କର୍ତ୍ତା ରହିଥିବା ବେଳେ ଉମାକାନ୍ତ ଖମାରୀ ପୂଜାର୍ଚ୍ଚନା କରିଥିଲେ | ନିମାଇଁ ଚରଣ ସାହାଣୀ ପରିଚାଳନା କମିଟି ସଭାପତି ଓ କଳାକାହ୍ନୁ ବାରିକ କୋଷାଧକ୍ଷ ଦାୟିତ୍ୱ ତୁଲାଇଥିଲେ | ତରଣୀ ବିନ୍ଧାଣି, ଜୟ ସିଂ ଧରୁଆ, କୀର୍ତ୍ତନ ପୁଟା, ଭୋଜରାଜ ଧରୁଆ, କୃଷ୍ଣ ଧରୁଆ, ଜଗବନ୍ଧୁ ପୁଟା, ରାଏଧର ପୁଟା, ତପି ସାହାଣୀ, ହେମନ୍ତ ସାହାଣୀ, ପୁରନ୍ଦର ଧରୁଆ, ଭାସ୍କର ଧରୁଆ, ପିତ କୁମୁରା, ପରମେଶ୍ୱର ଛତ୍ରିଆଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





