ସମସ୍ୟା ଘେରରେ ବାଲିସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

୯ ଗୋଟି ଶ୍ରେଣୀ ପାଇଁ ରହିଛି ମାତ୍ର ୪ କୋଠରୀ, ପିଲାଏ ବାରଣ୍ଡାରେ ପଢୁଛନ୍ତି ପାଠ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଲିସିଙ୍ଗା ୟୁପି ସ୍କୁଲ ସମସ୍ୟା ଜର୍ଜରିତ ହୋଇ ପଡିଛି। ଏଇଠି ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳିଛି। ବାଲିସିଙ୍ଗା ୟୁପି ସ୍କୁଲରେ ପ୍ରଥମରୁ ଅଷ୍ଟମ ୮ ଗୋଟି ଶ୍ରେଣୀ ରହିଥିବା ବେଳେ ଚଳିତ ବର୍ଷରୁ ସରକାର ବାଲ ବିଭାଗ ବାଟିକା ସେକସନକୁ ସଂଯୁକ୍ତ କରିଛନ୍ତି। ଏଣୁ ବିଦ୍ୟାଳୟରେ ୯ ଗୋଟି ଶ୍ରେଣୀ ରହିଥିବା ବେଳେ ରହିଛି ମାତ୍ର ୪ ଗୋଟି ଶ୍ରେଣୀ କୋଠରୀ ରହିଛି। ଦୁଇଟି ଏବଂ ତିନିଗୋଟି ଶ୍ରେଣୀକୁ ମିଶାଇ ଗୋଟାଏ ଲେଖାଏଁ କୋଠରୀରେ ବାସାଇ ଶିକ୍ଷାଦାନ ଦେଉଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟରେ ରହିଛନ୍ତି ୧୨୧ ଜଣ ଛାତ୍ରଛାତ୍ରୀ। ଅଷ୍ଟମ ଶେଣୀରେ ସର୍ବାଧିକ ୨୫ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ବାଟିକା ବାଲ ବିଭାଗରେ ସର୍ବନିମ୍ନ ୪ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି। ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୩ ଜଣ ଶିକ୍ଷକ ଓ ୨ ଜଣ ଶିକ୍ଷୟତ୍ରୀ ଏଭଳି ୫ ଜଣ ଶିକ୍ଷାଦାନ କରୁଛନ୍ତି ବିଦ୍ୟାଳୟରେ। ଅଷ୍ଟମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନଥିବା ବେଳେ ପ୍ରାଥମିକ ସ୍ତରର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ହିଁ ଅଷ୍ଟମ ଶେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ପ୍ରଧାନ ଶିକ୍ଷକ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାରଣ୍ଡାରେ ପାଠ ପଢ଼ୁଛନ୍ତି ଷଷ୍ଠ ଶ୍ରେଣୀର ପିଲା। ଦୀର୍ଘ ୩୦ ବର୍ଷ ତଳେ ନିର୍ମିତ ହୋଇଥିବା ପୁରୁଣା ବିଦ୍ୟାଳୟ କୋଠା ପରିତ୍ୟକ୍ତ ହୋଇ ପଡିଛି। ଛାତର ଛଡ ସବୁ ପଦାକୁ ଫୁଟିକି ଦେଖାଯାଉଛି। କେତେବେଳେ କ’ଣ ଯେ ଅଘଟଣ ଘଟିବ ତାହା କହି ହେବନାହିଁ। ଏଣୁ ଶିକ୍ଷକମାନେ ସେଇଠି ପିଲାଙ୍କୁ ପାଠ ପଢାଇବା ପାଇଁ ଭୟ କରୁଥିବା କହିଛନ୍ତି ପ୍ରଧାନ ଶିକ୍ଷକ ଶଙ୍କର ମାଝୀ। ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା ଦୁଇଗୋଟି ଶୌଚାଳୟ ମଧ୍ୟରୁ ଗୋଟିଏ ଶୌଚାଳୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଆଉ ଗୋଟାକର ଅବସ୍ଥା ମଧ୍ୟ ତଦୃପ। ତଥାପି ୧୨୧ ଜଣ ଛାତ୍ରଛାତ୍ରୀ ସେହି ଗୋଟାଏ ଶୌଚାଳୟ ଉପରେ ନିର୍ଭର କରି କାମ ଚାଲିଛି। ବିଦ୍ୟାଳୟ ପରିସରରେ ରହିଥିବା ନଳ କୂଅରୁ କଳଙ୍କି ଗୁଣ୍ଡ ମିଶା ମଇଳା ପାଣି ବାହାରୁ ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ରାସ୍ତା କଡର ନଳ କୂଅର ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା ଜଣାପଡିଛି। ବିଦ୍ୟାଳୟ ପରିସରରେ ବହୁତ କମ ଜାଗା ରହିଥିବା ବେଳେ ପରିସରରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର। ପିଲାଙ୍କ ଖେଳିବା ପାଇଁ ଖେଳ ପଡିଆ ନାହଁ। ଏତେ ବର୍ଷର ପୁରୁଣା ବିଦ୍ୟାଳୟରେ ରହିଥିବା ଶ୍ରେଣୀ କୋଠରୀ ଓ ପାନୀୟ ଜଳର ସମସ୍ୟା ପ୍ରତି ସରକାର ଅଣ ଦେଖା କରୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.