ସ୍କୁଲ ବାରଣ୍ଡାରେ ମାତାଲ୍ ଶିକ୍ଷକ: ବାରମ୍ବାର ଏହି ଘଟଣାରେ ଅତିଷ୍ଠ ବିଦ୍ୟାଳୟ ପରିଚାଳନା କମିଟି

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ହେମନ୍ତ ସାହୁ): ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମନ୍ତ୍ରକୁ ଅପମାନ କରୁଛନ୍ତି କିଛି ଶିକ୍ଷକ, ଯାହା ଫଳରେ ଆଜି ସମାଜ ରେ ଗୁରୁ ଭଳି ଏକ ମହାନ୍ ଶବ୍ଦର ମର୍ଯ୍ୟାଦାହାନୀ ହେଉଛି। ଛାତ୍ର ଛାତ୍ରୀ ମାନେ ଏଭଳି ଗୁରୁଙ୍କ ପାଖରୁ କି ଶିକ୍ଷା ଗ୍ରହଣ କରିବେ ତାହା ସହଜରେ ଜାଣି ହୋଇ ଯାଉଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଗୌଡକେଲା ପ୍ରାଥମିକ ବିଦ୍ୟାଳୟ, ଯାହା କି ଜାତୀୟ ରାଜପଥ ଉପରେ ଅବସ୍ଥିତ। ସେହି ବିଦ୍ୟାଳୟରେ ଆଜି ପୁଣି ଥରେ ମାତାଲ୍ ଶିକ୍ଷକଙ୍କ ଉପସ୍ଥିତି ଦେଖି ବିଦ୍ୟାଳୟ ପରିଚାଳନା କମିଟି ଅତିଷ୍ଠ ହୋଇ ପଡିଛନ୍ତି। ପୂର୍ବରୁ ବାରମ୍ବାର ଏହି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା, ଏପରିକି ମାତାଲ୍ ଶିକ୍ଷକ ଜଣକ ପରିଚାଳନା କମିଟି ଆଗରେ ଆଉ ଏପରି ଭୁଲ୍ ହେବ ନାହିଁ ବୋଲି କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ନ୍ୟାୟରେ ଶିକ୍ଷକ ଜଣକ ଆଜି ମଧ୍ୟ ବିଦ୍ୟାଳୟ ହତାରେ ହୋସ ଉଡେଇ ମଦ ନିଶାରେ ଶୋଇ ପଡ଼ିଥିଲେ। ପ୍ରାପ୍ତ ସୂଚନା ମୁତାବକ ଏହି ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ରଣା ଯିଏ କି ପୂର୍ବରୁ ଏଇ ସମାନ ଭୁଲ୍ କରି କ୍ଷମା ପ୍ରାର୍ଥନା କରିଥିଲେ, ସେତିକି ବେଳେ ପରିଚାଳନା କମିଟି ଆଗକୁ ଏମିତି ଭୁଲ୍ ନ ହେବା କଥା ବୋଲି କହିଥିଲେ, କିନ୍ତୁ ଆଜି ସେ ପୁଣି ଥରେ ମଦ ନିଶାରେ ଯାଇ ସ୍କଲ ପରିସରରେ ଶୋଇ ପଡିଲେ। ଘଟଣା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟ ମହାଖୁଡ଼ ଗଣମାଧ୍ୟମକୁ ମାତାଲ୍ ହୋଇ ଶିକ୍ଷକ ବିଦ୍ୟାଳୟକୁ ଆସୁଛନ୍ତି, ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀ ରହିଛନ୍ତି ଏଣୁ ଆମେ ଭୟ ଭୀତ ରହୁଛୁ ଏବଂ ଏଭଳି ମାତାଲ୍ ଶିକ୍ଷକଙ୍କ ଯଦି ବିଦ୍ୟାଳୟ ପରିସରରେ କିଛି ହୁଏ ତେବେ ଆମେ ହଇରାଣ ହୋଇ ଯିବୁବୋଲି କହିଛନ୍ତି। ଏଥି ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୁମାର ଭୋଇ କହିଛନ୍ତି ଯେ, ଏହି ଶିକ୍ଷକ ପୂର୍ବରୁ ମଧ୍ୟ ବିଦ୍ୟାଳୟକୁ ମଦ ପିଇ ଆସିବା, କମିଟି ଆଗରେ କ୍ଷମା ପ୍ରାର୍ଥନା ପରେ ବି ଭୁଲ୍ କରିବା ଉଚିତ୍ ନୁହେଁ। ଏ ନେଇ ଏବିଇଓ ଜୟସେନ ନିଆଲଙ୍କୁ ପଚାରିବାରୁ, ଗ୍ରାମ ବାସୀ ଫୋନ୍ ଯୋଗେ ଆମକୁ ସୂଚନା ଦେଇଥିଲେ କିନ୍ତୁ ଆମେ ଭବାନୀ ପାଟଣା ଆସିଥିବାରୁ ବିଦ୍ୟାଳୟକୁ ଯାଇ ପାରିଲୁ ନାହିଁ, ଆମେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ତେବେ ଏ ଭଳି ଶିକ୍ଷକଙ୍କୁ ବଦଳୀ କରି ନୁହେଁ, କାର୍ଯ୍ୟରୁ ନିଲମ୍ବନ କରାଯିବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.