ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନାଲେଶ କୁମାର ନାଗ): ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ଠୁ ଆରମ୍ଭ କରି ସ୍କୁଲ କଲେଜ ସମେତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ବୃକ୍ଷ ରୋପଣ କରୁଛନ୍ତି। କିନ୍ତୁ ଲାଞ୍ଜିଗଡ଼ ବ୍ଳକ ଦୁର୍ଗମ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲରେ ଶତାଧିକ ଲକ୍ଷା ଧିକ ଟଙ୍କାର ମୂଲ୍ୟବାନ ଗଛ କଟା ଚାଲିଥିବା ବେଳେ ଏହାକୁ ବିରୋଧ କରି ବନ୍ଦ କରିଛନ୍ତି ତ୍ରିଲୋଚନପୁର ଗ୍ରାମବାସୀ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧିନସ୍ଥ ଗନ୍ଧନୀ ରିଜର୍ଭ ଜଙ୍ଗଲରେ। ଏହି ରିଜର୍ଭ ଜଙ୍ଗଲ ଲାଞ୍ଜିଗଡ଼ ବନବିଭାର ଅଧୀନରେ ୩ କିମି ଦୂର ରହିଥିବା ବେଳେ ବିଜେପୁର ବନ ବିଭାଗ ଅଧୀନରେ ୫ କିମି ଦୂର ରହିଛି। ବର୍ତ୍ତମାନ ଏହି ଗ୍ୟାସ ଲାଇନ ପାଇଁ ଓଏଫଡିସି ବିଭାଗ ପକ୍ଷରୁ ୧ କିମି ପର୍ଯ୍ୟନ୍ତ ଶତାଧିକ ବଡ଼ ବଡ଼ ମୂଲ୍ୟବାନ ଗଛ କାଟିଛନ୍ତି। ଏହାକୁ ବିରୋଧ କରି ତ୍ରିଲୋଚନପୁରବାସୀ ଆଜି ଗନ୍ଧନୀ ଗାଁ ନିକଟରେ ଗଛ କଟା ସ୍ଥାନକୁ ଯାଇ ଗଛ କାଟିବା ବନ୍ଦ କରିଛନ୍ତି। ତ୍ରିଲୋଚନପୁର ବାସୀଙ୍କ କହିବା ଅନୁଯାୟୀ ଲାଞ୍ଜିଗଡ଼ ଠାରୁ ବିଜେପୁରକୁ ସଂଯୋଗ କରୁଥିବା ୧୭ କିମି ରାସ୍ତାରେ ଗଲେ ୮ କିମି ଦୂର ଏହି ରିଜର୍ଭ ଜଙ୍ଗଲ ଦେଇକି ଯିବାକୁ ପଡେ। କିନ୍ତୁ ଏହି ୧୭ କିମି ରାସ୍ତା ନିର୍ମାଣ ପାଇଁ ଆଜିକୁ ୨ ବର୍ଷ ହେଲା ଟେଣ୍ଡର ହୋଇଛି।ରାସ୍ତାଟି ନିର୍ମାଣ କାର୍ଯ୍ୟ ୯ କିମି ଆରମ୍ଭ ହୋଇଛି।କିନ୍ତୁ ଜଙ୍ଗଲ ମଧ୍ୟରେ ରାସ୍ତା କଡ଼ରେ ଥିବା ଛୋଟ ଛୋଟ ଗଛ ରହିଥିବା ବେଳେ ଗଛ କାଟିଲେ କାମ ଆରମ୍ଭ ହେବବୋଲି ଠିକାଦାର ପ୍ରୟାସ ଆରମ୍ଭ କରିଥିବା ବେଳେ ଜଙ୍ଗଲ ବିଭାଗ କଟକଣା ଯୋଗୁଁ କାମ ବନ୍ଦ ରହିଛି ବୋଲି କହୁଛି। କିନ୍ତୁ ଆମ ତ୍ରିଲୋଚନପୁରବାସୀଙ୍କୁ କୌଣସି ସୂଚନା ନଦେଇ ଏବେ ସେହି ରିଜର୍ଭ ଜଙ୍ଗଲକୁ ଗ୍ୟାସ ଲାଇନ ଯୋଗୁଁ ମନଇଚ୍ଛା ଶହ ଶହ ସାବୁଆନ, ଶାଳ, ହରିଡ଼ା, ବାହାଡା ଭଲି ମୂଲ୍ୟ ବାନ ଗଛ ରହିଥିବା ବେଳେ ସେହି ମୂଲ୍ୟବାନ ଗଛକୁ ବେଆଇନ ଭାବେ କାଟୁଥିବା ବେଳେ ବନବିଭାଗ କାହିଁକି ନିରବ ସାଜିଛି କହିଛନ୍ତି। ଯାହା ଫଳରେ ବର୍ତ୍ତମାନ ଏକ ବିରାଟ ଧରଣର ରିଜର୍ଭ ଜଙ୍ଗଲରେ ଗଛ କଟା ଚାଲୁଥିବା ବେଳେ ସେଇ ରିଜର୍ଭ ଜଙ୍ଗଲ ବନ୍ୟ ପ୍ରାଣୀଙ୍କ ଆଶ୍ରୟ ମୁଖ୍ୟ ସ୍ଥଳୀ ହୋଇଛି ବୋଲି ତ୍ରିଲୋଚନପୁରବାସୀ ବିରୋଧ କରି ଗଛ କାଟିବା ସ୍ଥାନକୁ ଆସି ଗଛ କଟା ବନ୍ଦ କରିଛନ୍ତି। ଏନେଇ ବିଶ୍ୱନାଥପୁର ବନାଞ୍ଚଳ ଦାଇତ୍ଵରେ ଥିବା ଏସିଏଫ ନରତ୍ତମ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ ଗ୍ୟାସ ଲାଇନ ଯିବା ସ୍ଥାନରେ ଗଛ କାଟିବା ପାଇଁ ସରକାରଙ୍କ ତରଫରୁ ଓଏଫଡିସିକୁ ଦିଆ ଯାଇଛି ବୋଲି ପ୍ରକାଶ କରିଛନ୍ତି।





