ନୂଆପଡ଼ାରେ ଅଖିଳେଶ ଯାଦବଙ୍କ ନିର୍ବାଚନୀ ଜନସଭା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ପ୍ରଥମ ଥର ପାଇଁ ନୂଆପଡାକୁ ପ୍ରଚାରରେ ଆସି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ରବିବାର ସ୍ଥାନୀୟ ପୋଲିସ ପଡ଼ିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ଅଖିଳେଶ। ଶ୍ରୀ ଯାଦବ ଜୟ ଜଗନ୍ନାଥରୁ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ନୂଆପଡ଼ାର ପବିତ୍ର ମାଟି ମୋତେ ଏହି ସ୍ଥାନକୁ ଟାଣି ଆଣିଛି ବୋଲି କହିଥିଲେ ଅଖିଳେଶ।  ଏହି ସ୍ଥାନର ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି। ଆମେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଆସିଛୁ, ଓଡ଼ିଶାରେ ପିଡିଏର ବିଜ ବୁଣିବାକୁ ଆସିଛୁ ବୋଲି କହିଥିଲେ। ଏପଟେ ବିଜେପି ପ୍ରଥମେ ସରକାର ଚୋରୀ କରିଥିଲେ ଏବେ ପ୍ରାର୍ଥୀ ଚୋରୀ କରିଛନ୍ତି ବୋଲି କଟାକ୍ଷ କରିଥିଲେ ଅଖିଳେଶ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଦି ସମସ୍ୟାର ସମାଧାନ କରିବା ଦିଗରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିବା ସହ ଆହୁରି ଅନେକ ମୁଦ୍ଦା ନେଇ ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ ଅଖିଳେଶ। ଏହି ଅବସରରେ ଶ୍ରୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଅଖିଳେଶ ଯାଦବଙ୍କ ଏହି ନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ, ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ, ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କଁହର, ରାଷ୍ଟ୍ରୀୟ ସଚୀବ ତନବୀର ଅହମ୍ମଦ, ମଧ୍ୟପ୍ରଦେଶ ସଭାପତି ମନୋଜ ଯାଦବ, ଛତିଶଗଡ଼ ରାଜ୍ୟ ଯୁବ ସଭାପତି ମନଟୋସ ଯାଦବ, ନୂଆପଡ଼ା ଉପନିର୍ବାଚନର ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ରମାକାନ୍ତ ହାତୀ, ନୂଆପଡ଼ା ଜିଲ୍ଲା ସଭାପତି ଦିଗପାଳ ନାଗ, ରାଜ୍ୟ ସମ୍ପାଦକ ବେଣୁଧର ଗହୀର, ରାଜ୍ୟ କୃଷକ ସଭା ସଭାପତି ବିଜୟ ବେହେରା, ରାଜ୍ୟ ଅଳ୍ପସଂଖ୍ୟକ ସଭାର ସଭାପତି ମହମ୍ମଦ ସହାବୁଦ୍ଧିନ, ରାଜ୍ୟ ମହିଳା ସଭା ସଭାପତି ପୁଷ୍ପାଞ୍ଜଳି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସମାଜବାଦୀ ପାର୍ଟିର ରାଜ୍ୟ ମିଡ଼ିଆ ସେଲ୍ ସଭାପତି ପ୍ରଦୀପ ମିଶ୍ର ସଭା ପରିଚାଳନା କରିଥିବାବେଳେ ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ରାଜ୍ୟ ଯୁବ ସଭା ସଭାପତି ପ୍ରେମରାଜ ଥପା, ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ବନଛୋର, ରାଜ୍ୟ ପଛୁଆବର୍ଗ ସେଲ୍ ସଭାପତି ସୁଫଲ କରୁଆଁ, ରାଜ୍ୟ କୃଷକ ସଭା ସଭାପତି ବିଜୟ ବେହେରା, ରାଜ୍ୟ ଦଳିତ ସଭା ସଭାପତି ବୁଧାରୁ ବିଭାର, କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବ, କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଭୋଇ, ବଲାଙ୍ଗୀର ଜିଲ୍ଲା ସଭାପତି ଜୟଦେବ ଜାଲ, ଯୁବ ନେତା ସନ୍ତୋଷ ବାଗ, ରାମ୍ ବଛାଙ୍କ ସହ ସମସ୍ତ ଜିଲ୍ଲାର ସଭାପତି ଓ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.