ମୁକ୍ତିଲାଭ ହେଲା ସମ୍ବଲପୁରୀ ଗୀତ ସ୍ଵୀଟ୍ ଭାଞ୍ଜି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମ୍ବଲପୁରୀ ସଙ୍ଗୀତ ଜଗତରେ ପ୍ରଥମ ଥର ପାଇଁ ଭାଣିଞ୍ଜି ମାନଙ୍କ ପାଇଁ ଗୀତ ଟିଏ ହୋଇଛି। ଏହି ଗୀତକୁ ଲେଖିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ସ୍ଥିତ ପାଣିମୁଣ୍ଡା ଗାଁର ସନ୍ୟାସୀ ଠେଲାଙ୍କ ପୁଅ ବି. ଥୟରାମ୍ ଠେଲା। ଏହି ଗୀତରେ ବଲାଙ୍ଗୀର ସିକୁଆଁର ବି.କାର୍ତ୍ତିକ କଣ୍ଠଦାନ କରିଥିବାବେଳେ ଏଥିରେ ମ୍ୟୁଜିକ୍ ନିର୍ଦ୍ଦେଶନା ଦେଇଛନ୍ତି ହମିତ୍ ସାଗର ଓ ବି.କାର୍ତ୍ତିକ ଗୀତକୁ ପ୍ରଯୋଜନା କରିଛନ୍ତି ଟି.ବିଜୟ ଠେଲା ଓ ସୀମା ଠେଲା। ଗୀତଟି ତୃପ୍ତିମୟୀ ମ୍ୟୁଜିକ୍ ୟୁଟୁବ୍ ଚେନାଲରେ ଶୁଭମୁକ୍ତି ହୋଇଛି। ତେବେ ବର୍ତ୍ତମାନ ଏହି ଗୀତ ବେଶ୍ ଭାଇରାଲ ହେବାରେ ଲାଗିଥିବା ବେଳେ ଓଡ଼ିଶାର କୋଣ ଅନୁକୋଣରେ ଶୁଣିବାକୁ ମିଳୁଛି। ସମ୍ବଲପୁରୀ ଜଗତରେ ପ୍ରଥମ ଥର ପାଇଁ ମାମୁଁ ନିଜ ଭାଣିଞ୍ଜିକୁ କେତେ ଆଦର କରନ୍ତି ତାହାକୁ ନେଇଁ ବର୍ଣ୍ଣନା କରି ବି.ଥୟରାମ ଠେଲା ଅତି ସୁନ୍ଦର ଭାବେ ଗୀତ ଲେଖିଥିବା ବେଳେ ପୂର୍ବରୁ ସେ ଆଉ ଏକ “ଲାଗିଗଲା ପ୍ରେମକେ” ନଜର ଗୀତ ଲେଖି ସୁପରିଚିତ ହୋଇ ଖୁସି ସାଉଁଟିଛନ୍ତି। ଏବେ ଏହି ଗୀତ ଶୁଣିବା ପରେ ସଙ୍ଗୀତ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡି ତଥା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ଶ୍ରୀ ଠେଲାଙ୍କ ଲେଖାକୁ ପ୍ରଶଂସା କରୁଥିବା ଶୁଣିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.