ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଲାୟନ୍ସ କ୍ଲବ ତରଫରୁ ରାୟଗଡ଼ାଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଶିବିରରେ ୭୦ ୟୂନିଟ ରକ୍ତ ସଂଗ୍ରହର ଆଶା କରୁଛି ଲାୟନ୍ସ କ୍ଲବ ରକ୍ତଦାନରେ ଜିଏମ୍ଏସ୍ କଲେଜର ଛାତ୍ରମାନେ ସ୍ୱେଚ୍ଛାସେବୀ ଭାବରେ ସର୍କିୟ ଜଡିତ ଥିଲେ । ଏହି ରକ୍ତଦାନ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକ ମୂଖ୍ଯ ଅତିଥି ଭାବେ ଯୋଗଦେଇଥିଲେ | ଶିବିରରେ ଅଧ୍ୟକ୍ଷ ରାଜୁସାର (ସ୍ଵାସ୍ଥ୍ୟକମିଟି) ଓ ଏଥିରେ ନାଗାବାଲି ବ୍ଲକ ଏବଂ ଆପା ରାଜିତା ବ୍ଲକ, ୱ୍ଵାକର୍ସ କ୍ଲବ, ଜିଏମଏସ, ପ୍ରୋଫିଟ ଜିମ୍, ସ୍ଥାନୀୟ କଲେଜ, ବ୍ୟାଙ୍କ ଇତ୍ୟାଦିରୁ ରକ୍ତଦାତା ଆସି ରକ୍ତଦାନ କରିଥିଲେ । ଲାୟନ୍ସ କ୍ଲବର ସଦ୍ଭାପତି ଲାଲ ବିହାରୀ ଲେଙ୍କାଙ୍କ ସହ ପ୍ରମୂଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ | ଏହି ଶିବିରକୁ ସମସ୍ତ ରାୟଗଡ଼ା ବାସିନ୍ଦା ଭୁରି ଭୁରି ପ୍ରସଂସା କରିଥିଲେ |





