ରାସ୍ତା ସଫା ପାଇଁ ବିଡିଓଙ୍କୁ ଦାବିପତ୍ର ଦେଲେ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଲମପୁର +୨ ଏବଂ + ୩ କଲେଜକୁ ଯିବା ରାସ୍ତାପାର୍ଶ୍ଵ ଅନାବନା ଗଛ, ଆବର୍ଜନା ଦ୍ବାରା ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି । ସେହି ରାସ୍ତା କଡ଼ରେ ଶୌଚ କରି ଲୋକେ ରାସ୍ତାକୁ କଦର୍ଯ୍ୟ କରିଦେଉଛନ୍ତି । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଛାତ୍ରଛାତ୍ରୀ କଲମପୁରରୁ କଲେଜକୁ ଚାଲିଚାଲି ଯିବାରେ କଷ୍ଟକର ହୋଇପଡ଼ୁଛି । ସେହିପରି ରାସ୍ତା ଦୁଇପାର୍ଶ୍ଵ ଅନାବନା ଗଛ ରାସ୍ତାକୁ ମାଡ଼ିଆସି ଅଧିକ ସଂକୀର୍ଣ୍ଣ ହେବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସାଙ୍ଗକୁ ଦୁର୍ଘଟଣା ଘଟିବା ଆଶଙ୍କା ରହୁଛି । ତେଣୁ ଏହି ରାସ୍ତାପାର୍ଶ୍ଵ ସଫେଇ ପାଇଁ ଛାତ୍ରଛାତ୍ରୀ କଲମପୁର ବ୍ଲକ୍ ଅଫିସ୍‌କୁ ଦାବିପତ୍ର ପ୍ରଦାନ ପାଇଁ ଆସିଥିଲେ | ବିଡିଓ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ଯାଇ ଥିବାରୁ ବରିଷ୍ଠ କିରାଣି ବୈକୁଣ୍ଠ ବାଗ ଦାବିପତ୍ର ଗ୍ରହଣ କରି ବିଡିଓଙ୍କୁ କଲ୍ କରି ଅବଗତ କରିଥିଲେ । ତେବେ ଛାତ୍ରଛାତ୍ରୀ ଆଜି ରାସ୍ତା ସଫା ନ କଲେ ବ୍ଲକ କାର୍ଯ୍ୟାଳୟ ଛାଡ଼ିବେନାହିଁ ବୋଲି ଅଡ଼ି ବସିଥିଲେ | ତେଣୁ ବ୍ଲକ ପ୍ରଶାସନ ସଫେଇ କରିବାକୁ ପଦକ୍ଷେପ ନେଇଥିବା ଜଣାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.