ଯୋଡ଼ାବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର କ୍ଲଷ୍ଟର ଯୋଡାବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀଧର ସନ୍ତୋଷ ରାୟ, ଚମ୍ପାଦେଇପୁର କ୍ଳଷ୍ଟର ସଂଯୋଜକ ସୌଭାଗ୍ୟ ରଂଜନ ସାହୁ, ଗୋବର୍ଦ୍ଧନପୁର ପୂର୍ବତନ କ୍ଳଷ୍ଟର ସଂଯୋଜକ ତପନ କୁମାର ଭୋଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ମଲ୍ଲ, ବିଜ୍ଞାନ ଶିକ୍ଷକ ବିଘ୍ନରାଜ ବିଶ୍ଵାଳ, ଲକ୍ଷ୍ମୀଧର ସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୩୦ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦଶନୀ କରିଥିଲେ। ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପଦକ ଓ ଟ୍ରଫି ଦେଇ ଉତ୍ସାହିତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ବ୍ଲକ ସ୍ତରୀୟ ବିଜ୍ଞାନମେଳାରେ ଭାଗ ନେବେ। ଏଥିରେ ବିଚାରକ ଭାବରେ କ୍ଳଷ୍ଟର ସଂଯୋଜକ ଶ୍ରୀ ସାହୁ ବିଜ୍ଞାନ ଶିକ୍ଷକ ଶ୍ରୀ ବିଶ୍ଵାଳ, ଶ୍ରୀ ସିଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରତ୍ୟେକ ପ୍ରକଳ୍ପ ମୂଲ୍ୟାୟନ କରିଥଲେ। ମଞ୍ଚ ପରିଚାଳନା ଖେଳ ଶିକ୍ଷକ ଅନନ୍ତ ନାୟକ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିକ୍ଷକ ଧିରେନ ପ୍ରଧାନ, ଚିତ୍ତ ରଂଜନ ବାରିକ, କାର୍ତ୍ତିକ ଦାସ, ରାଜେନ୍ଦ୍ର ନାୟକ, ସୁବାସ ନାଏକ, ପୁରନ୍ଦର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.