ବେଆଇନ ଧର୍ମାନ୍ତରୀକରଣ ପାଇଁ ଚାଲିଛି ଷଡ଼ଯନ୍ତ୍ର, ତେଜୁଛି ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ଅଞ୍ଚଲରେ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିରିହ ଆଦିବାସୀ, ହରିଜନ ଓ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଲୋଭିତ କରି ଚାଲିଛି ବିଦେଶୀ ଟଙ୍କାରେ ଧର୍ମ ପରିବର୍ତ୍ତନ। ଜୁନାଗଡ ବ୍ଳକର ଚାରବାହାଲ ଠାରୁ ଆରମ୍ଭ କରି ୩୪ ଟି ପଞ୍ଚାୟତ ଅଞ୍ଚଳ ରହିଛି। ଏହି ଅଞ୍ଚଳ ମାନଙ୍କରେ  ଜୁନାଗଡର ଟୁନା ବାଗ ନାମକ ଜଣେ ଖ୍ରୀଷ୍ଟିଆନ ପାଷ୍ଟର ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି। ସେ ଗତ କିଛି ଦିନ ତଳେ ହିନ୍ଦୁମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିଜର ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ କରି ଆସୁଥିଲେ। ଏହାକୁ ନେଇ ଜୁନାଗଡ ହିନ୍ଦୁ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଜୁନାଗଡ଼ ଥାନା ଆଇ.ଆଇ.ସି. ଶେଷଦେବ ବେହେରାଙ୍କ ନିକଟକୁ ଦାଖଲ କରାଯାଇଛି। ହିନ୍ଦୁ ସଂଘର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅନୁସାରେ ଜୁନାଗଡ଼ ଅଞ୍ଚଳର ଯୁବକ ଟୁନା ବାଗ ନିଜ ଧର୍ମ ପରିତ୍ୟାଗ କରି ଅନ୍ୟ ଧର୍ମକୁ ଗ୍ରହଣ କରିଥିବା ଅଭିଯୋଗ ହୋଇଥିବା ବେଳେ ପ୍ରଲୋଭନ ଦେଖାଇ ଅଞ୍ଚଳର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଧର୍ମାନ୍ତରୀକରଣ କରିଥିବା ଅଭିଯୋଗ ଆସିଛି। ଏହି ଘଟଣା ଅଞ୍ଚଳରେ ଧର୍ମୀୟ ସମ୍ପ୍ରିତିକୁ ପ୍ରଭାବିତ କରିପାରେ ବୋଲି ହିନ୍ଦୁ ସଂଘ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅଭିଯୋଗରେ ସଂଘ ପକ୍ଷରୁ ଘଟଣାର ସଂପୂର୍ଣ୍ଣ ତଦନ୍ତ କରି ଆବଶ୍ୟକ ଆଇନନୁସାରେ ପଦକ୍ଷେପ ନେବାକୁ ଥାନା ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି।  ଅଞ୍ଚଳରେ ଧର୍ମାନ୍ତରୀକରଣ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ହିନ୍ଦୁ ସଂଗଠନର ଶତାଧିକ ଲୋକେ। ବେଆଇନ ଧର୍ମାନ୍ତରୀକରଣକୁ ବନ୍ଦ କରିବାପାଇଁ ଜିଲ୍ଲା ପ୍ରଶାସନ ଆଉ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଭୟାବହ ଆନ୍ଦୋଳନ ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ସଂଗଠନର କାର୍ଯ୍ୟକର୍ତ୍ତା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.