ଦୃବୃତ୍ତ ଜାଳି ଦେଲେ ଚାଷୀଙ୍କ ଧାନ ଖରୀ, ପୋଲିସର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଧାର କରଜ ଆଣି ଚାଷୀ ବିଲ ରେ ଧାନ ବୁଣି ଥିଲା l ଭଲ ଅମଳ ହୋଇ ଥିବା ବେଳେ ବିଲରୁ ଧାନ କୁ ଗତ କାଲି କାଟି ଆଣି ବିଲ ପାଖରେ ରଖି ଥିଲା। ହେଲେ ସକାଳୁ ଦେଖିବାକୁ ପାଇବା ପରେ ଜଳୁଛି ଧାନ ଖରୀରେ ନିଆଁ। ଏଭଳି ଘଟଣା ଦେଖିବାକୁ ମିଳିଛି ସଇଁତଲା ଥାନା ଧରପଗଡ଼ ପଂଚାୟତ ପେଣ୍ଡରମାଳ ଗାଁରେ। ଏହି ଗାଁର ସୁଦାମ ରଣାଙ୍କ ଦୁଇଟି ଧାନ ଖରୀକୁ ଦୃବୃତ୍ତ ଜାଳିଦେଇ ଥିବା ସେ ଅଭିଯୋଗ ଆଣିଛନ୍ତି। ଅଢେଇ ହେକ୍ଟରରେ ଧାନ ଚାଷ କରି ଥିବା ବେଳେ ପ୍ରାୟ ୧୫୦ ବସ୍ତା ଧାନ ହୋଇ ଥାନ୍ତା ବୋଲି ଉକ୍ତ ଚାଷୀ ଜଣକ କହିଛନ୍ତି। ସେ ଭାଗ ଚାଷୀ ହିସାବରେ ଅନ୍ୟ ଜଣଙ୍କ ବିଳରେ ଧାନ ଚାଷ କରିଥିଲେ। କିନ୍ତୁ କିଛି ଜଣ ଦୃବୁତ ଧାନ ଖରୀକୁ ଜାଳି ଦେଇ ଥିବା ବେଳେ ଧାନ ପୋଡି ପାଉଁଶ ହୋଇଯାଇଛି। ବଡ଼ମାଳ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.