ଧର୍ତ୍ତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବହୁଜନ୍ ସମାଜ ପାର୍ଟି ଜିଲ୍ଲା ସଭାପତି ଶ୍ରୀ ଜିତେନ୍ଦ୍ର ଜାକକା (ଜିତୁ ଭାଇ) ନିଜ ଦଳ ସହ କଲ୍ୟାଣସିଂହପୁର ଗ୍ରସ୍ତରେ ଆସିଛନ୍ତି | ସେ ଆସିବାର ମୁଖ୍ୟ ଉଦେଶ୍ୟ ପଚାରିବାରୁ ଆଗାମୀ ନଭେମ୍ବର ୧୫ ଶନିବାର ଦିନ ଧର୍ତ୍ତି ଆବା ବିର୍ସାମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ରହିଥିବାରୁ ପାର୍ଟିର ଆଦେଶ ପ୍ରକାରେ ମହା ଆଡମ୍ବରରେ ଜିଲ୍ଲା ସ୍ତରୀୟ ଉତ୍ସବ ପାଳନ କରାଯିବ | ଏଣୁ ସେ କଲ୍ୟାଣସିଂହପୁର ବ୍ଲକର ସମସ୍ତ ପଦାଧିକାରୀ କର୍ମ କର୍ତ୍ତାଙ୍କୁ ନେଇ ବ୍ଲକର ସମସ୍ତ ପଞ୍ଚାୟତର ଗାଁ ଗାଁ ବୁଲି ପାର୍ଟିର କର୍ମ କର୍ତ୍ତାଙ୍କୁ ଏକତ୍ରିତ କରିବା ନିମନ୍ତେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ରେ ଚାରିଦିନ ରାତ୍ରି ଯାପନ ପୂର୍ବକ କାର୍ଯ୍ୟକ୍ରମ ର ପ୍ରସ୍ତୁତି କରିବାକୁ ବ୍ଲକର ସଭାପତି ଶ୍ରୀ କୃପାସିନ୍ଧୁ ଭତ୍ରା ଙ୍କ ସହଯୋଗ ରେ ଅଣ୍ଟା ଭିଡ଼ିଛନ୍ତି | ଏହି ପରିପେକ୍ଷୀରେ ବ୍ଲକର ସମସ୍ତ ବହୁଜନ୍ ସମାଜ ପାର୍ଟିର ପଦାଧିକାରୀ ସ୍ଥାନୀୟ ଡ଼ାକ ବଙ୍ଗଳାରେ ଏକତ୍ରିତ ରହି ଜିଲ୍ଲା ସଭାପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତଂ କରିଥିବାର ଦେଖିବାକୁ ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.