ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଜଗତସିଂହପୁର ସଂସ୍କୃତି ଭାବନ ଠାରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ତିଥି ପାଳନ ଅବସରରେ ସର୍ବୋତ୍ତମ ସାମାଜିକ ସଂଗଠନ ସ୍ବେଛାସେବୀ ଅନୁଷ୍ଠାନ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଭବାନୀପାଟଣା ବ୍ଲକ ତିଳଯୋଡି ଗ୍ରାମର ଶ୍ରୀ ଯଶୋବନ୍ତ ରଣାଙ୍କୁ ସର୍ବୋତ୍ତମ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଯୋଗଦେଇ ଶ୍ରୀ ରଣାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଶ୍ରୀ ରଣା କଳାହାଣ୍ଡି ଜିଲ୍ଲା ଓ ଜିଲ୍ଲା ବାହାରେ ଅନାଥ ଶିଶୁ ମାନଙ୍କ ସୁରକ୍ଷା, ଦିବ୍ୟାଙ୍ଗ ହକ ଓ ଅଧିକାର ଉପରେ କାମ କରୁଛନ୍ତି l ବର୍ତମାନ ଜଳବାୟୁ ପରିବର୍ତନ ଉପରେ ଲୋକଙ୍କୁ ସଚେତନ କାର୍ଯ୍ୟ କରୁଛନ୍ତି l ପ୍ଲାଷ୍ଟିକର ପୁନଃ ବ୍ୟବହାର ଉପରେ ସ୍କୁଲ କଲେଜରେ ପିଲାଙ୍କୁ ଟ୍ରେନିଂ ଦେଇ ସଚେତନ କରୁଛନ୍ତି l ଶ୍ରୀ ରଣା ଜଗତସିଂହପୁରରେ ସମ୍ମାନିତ ହେବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l





